ବେଳାଭୂମି ମହୋତ୍ସବର ପ୍ରଥମ ସଂଧ୍ୟା ଥିଲା ଚିତାକର୍ଷକ

ବ୍ରହ୍ମପୁର: ଆରମ୍ଭ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ 2022। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ମହୋତ୍ସବର ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଜିଲ୍ଲା ପ୍ରଶାସନର ଅଧ୍ୟକ୍ଷତାରେ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ସଂସ୍କୃତି ବିଭାଗ ସମସ୍ତ ସହାୟତା ଯୋଗାଇଛି ।  ତେବେ ପ୍ରଥମ ସନ୍ଧ୍ୟାରେ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଗଞ୍ଜାମର ଲୋକ କଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଏହାକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି ମହୋତ୍ସବର ଆୟୋଜନ ।  ଏହାଦ୍ବାରା ବେଳାଭୂମିର ମଧ୍ୟ ବିକାଶ ହୋଇପାରିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରତିଥର ପରି ଏଥର ମଧ୍ୟ ପଲ୍ଲିଶୀ ମେଲାକୁ ଗୁରୁତ୍ବ ଦିଆଯାଇଛି ।

ପ୍ରଥମ ସଂଧ୍ୟାରେ ସାଂସ୍କୃତିକ ବିଭବ ଦ୍ବାରା ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ। ପରେ ନରେନ୍ଦ୍ରପୁରର କଳାକାରଙ୍କ ଦ୍ବାରା ପରିବେଶିତ ଯୋଡି ଶଂଖ  ଖୁବ ଜମିଥିଲା। ବ୍ରହ୍ମପୁର କଳାକାରଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡର ଆଦିବାସୀ ନୃତ୍ୟ, ପଶ୍ଚିମବଙ୍ଗ କଳାକାରଙ୍କ ଦ୍ବାରା କଥକଲୀ ନୃତ୍ୟ ଓ ସାଶ୍ବତ ଗୃପ ଦ୍ବାରା ଆହେ ନୀଳ ଶୈଳ  ମଞ୍ଚକୁ ଖୁବ୍ ଆକର୍ଷଣ କରିଥିଲା। ଶିତୁଆ ରାତିରେ ଦିପ୍ତୀ ରେଖା ଓ ମଣ୍ଟୁ ଛୁରିଆଙ୍କ ଜଲୱା ଆରମ୍ଭ ହୋଇଥିଲା ମହୋତ୍ସବ ସଂଧ୍ୟା।

ବିଚ ଫେଷ୍ଟିଭାଲର ପ୍ରଥମ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ ରହିଥିବାବେଳେ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 ଇତିଶ୍ରୀ ସମାପିକା ମହାନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *