ଓଡ଼ିଶା

ବଢିଲା ଗ୍ରାଣ୍ଟ-ଇନ-ଏଡ୍

 () ବଢିଲା ଗ୍ରାଣ୍ଟ-ଇନ-ଏଡ୍। ବର୍ଦ୍ଧିତ ଅନୁଦାନକୁ ନେଇ ଅସନ୍ତୁଷ୍ଟ ଥିବା ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ପୂର୍ବତନ ଜୁନିଅର କଲେଜର ଯୋଗ୍ୟ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ବର୍ଦ୍ଧିତ ଅନୁଦାନ ପିଛିଲା ବର୍ଷ ପହିଲାରୁ ଲାଗୁ କରିଛନ୍ତି ସରକାର।

ଏଣିକି ମିଳିବ ସପ୍ତମ ବେତନ ହାରରେ ଅନୁଦାନ। ଜାନୁଆରୀ ପହିଲା ୨୦୨୨ରୁ ଏହି ଅନୁଦାନ ଦେବେ ସରକାର। ଏଥିଲାଗି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ମୋହର ମାରିଛି। ଏହି ଆର୍ଥିକ ଅନୁଦାନରେ ୧୫ହଜାର ୭୭୧ ଜଣ ଶିକ୍ଷକ ଓ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର ବାର୍ଷିକ ଅତିରିକ୍ତ ୨୯୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ।

ଯେଉଁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓଡ଼ିଶା ସାହାଯ୍ୟପ୍ରାପ୍ତ କଲେଜ, ଜୁନିଅର କଲେଜ ଓ ମାଧ୍ୟମିକ ସ୍କୁଲରେ ୨୦୧୭ ଆଦେଶ ମୁତାବକ ସଂଶୋଧିତ ବେତନ ହାରରେ ଅନୁଦାନ ପାଇଆସୁଥିଲେ। କିନ୍ତୁ ଅସନ୍ତୁଷ୍ଟ ଥିଲେ। ଏବେ ସେମାନେ ବର୍ଦ୍ଧିତ ଗ୍ରାଣ୍ଟ-ଇନ-ଏଡ୍ ବଳରେ ଉପକୃତ ହେବେ। ଆଉ କ୍ୟାବିନେଟର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଭିନ୍ନ ଶିକ୍ଷକ ସଂଗଠନ। ତ ଅନେକ ବିରୋଧ ବି କରିଛନ୍ତି। ଏଭଳି ନିଷ୍ପତ୍ତି କେବଳ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ। ଆଉ କିଛି କହିଛନ୍ତି ଚାକିରୀ ସର୍ତ୍ତାବଳୀ ଓ ପେନସନ ହିଁ ମୂଳ ଦାବି। ଏହାକୁ ଅବିଳମ୍ୱେ ପୂରଣ କରନ୍ତୁ ସରକାର।

ବ୍ଲକ ଗ୍ରାଣ୍ଟ ଉଛେଦକୁ ନେଇ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ଶିକ୍ଷକ ସଂଗଠନ। ଶେଷରେ ୨୦୧୭ରେ ବ୍ଲକ୍ ଗ୍ରାଣ୍ଟ ଉଛେଦ କରି ଗ୍ରାଣ୍ଟ-ଇନ-ଏଡ୍ ପ୍ରଚଳନ କରିଥିଲେ ରାଜ୍ୟ ସରକାର। ୪୮୮ ଓ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜରେ ଥିବା ପ୍ରାୟ ୧୫ହଜାର ଶିକ୍ଷକ ଓ କର୍ମଚାରୀ ଦୀର୍ଘ ଦିନ ଧରି ଓ ବହୁବାର ସରକାରଙ୍କ ଉପରେ ଗ୍ରାଣ୍ଟ-ଇନ-ଏଡ ବୃଦ୍ଧି ଲାଗି ଚାପ ପକାଇଆସୁଥିଲେ। ଶେଷରେ ଏଥିରେ ମୋହର ଲଗାଇଛନ୍ତି ସରକାର। କିନ୍ତୁ ଏଥିରେ କିଛି ସଂଗଠନ ଖୁସି ତ କିଛି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button