ଓଡ଼ିଶା

ପୁରୀ ବେଳାଭୂମିରେ ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ କାହାର?

ପୁରୀ: ପୁରୀ ବିଚ୍‌ରେ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ। ମୃତଦେହଟି ଗତ ୨୩ ତାରିଖରେ ମଧ୍ୟପ୍ରଦେଶର ନିଖୋଜ ଯୁବତୀ ରାଧିକା କୁଶୁୱଙ୍କର କି କି ନାହିଁ ତାକୁ ନେଇ ମେରାଇନ୍‌ ଥାନା ପୁଲିସ୍‌ ତଦନ୍ତ ଚଳାଇଛି। କିଛି ଦିନ ତଳେ ମଧ୍ୟପ୍ରଦେଶ ରାଜ୍ୟର ସାଗର ଗାଁର ପ୍ରହଲ୍ଲାଦ କୁଶୁୱାଙ୍କ ପରିବାର ଶ୍ରୀକ୍ଷେତ୍ର ଆସିଥିବା ବେଳେ ନିଖୋଜ ହୋଇ ଯାଇଥିଲେ ରାଧିକା।

ଚଳିତ ସପ୍ତାହରେ ମଧ୍ୟପ୍ରଦେଶରୁ ପ୍ରହଲ୍ଲାଦ କୁଶୁୱାଲ ଓ ତାଙ୍କ ପରିବାର ଶ୍ରୀକ୍ଷେତ୍ର ବୁଲି ଆସିଥଇଲେ। ହଠାତ୍ ୨୩ ତାରିଖରେ ପ୍ରହଲ୍ଲାଦଙ୍କ  ୧୮ ବର୍ଷୀୟା ଝିଅ ରାଧିକା କୁଶୁୱା ହୋଟେଲରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ବହୁ ସମୟ ଏଣେ ତେଲେ ଖୋଜାଖୋଜି କରିଥିଲେ ମଧ୍ୟ ରାଧିକା ମିଳିନଥିଲେ। ଏନେଇ ପୁରୀ ବେଳାଭୂମି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରହଲ୍ଲାଦ।

ପୁଲିସ ଅଭିଯୋଗ ଆଧାରରେ ରାଧିକାଙ୍କୁ ବହୁ ଖୋଜାଖୋଜି କରୁଥିବା ବେଳେ ଶନିବାର ଦିନ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଉଦ୍ଧାର କରିଛି। ବେଳାଭୂମିରେ ଜଣେ ଯୁବତୀ ମୁହଁମାଡି ପଡିଥିବା ଦେଖିବାକୁ ମଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅର୍ଦ୍ଧନଗ୍ନ ମୃତଦେହଟି କାହାର ତାହା ଜଣାପଡିନଥିବା ବେଳେ ନିଖୋଜ ରାଧିକାଙ୍କର କି, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ଏଦିଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କିନ୍ତୁ ସେହି ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published.

Back to top button