ଟ୍ରାକ୍ ରେ ଚାଲୁଥିବା ବେଳେ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍

Spread the love

କେସିଙ୍ଗା/ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଚାଲୁଥିବା ବେଳେ ମଝିରୁ ଅଲଗା ହୋଇଯାଇଛି ମାଲବାହୀ ଟ୍ରେନ୍ । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇ ପାରିଛି । ବଗି ଗୁଡିକ ଅଲଗା ହୋଇଥିବା ଜାଣିପାରି ଟ୍ରେନ୍ ର ଲୋକୋ ପାଇଲଟ୍ ଟ୍ରେନ୍ କୁ ତୁରନ୍ତ ଅଟକାଇଥିଲେ ।

ସୂଚନା ଅନୁଯାୟୀ ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା । ଟ୍ରେନ୍ ଟି କେସିଙ୍ଗା ଷ୍ଟେଶନରେ କିଛି ସମୟ ପାଇଁ ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା । ମାତ୍ର ଟ୍ରେନ୍ ଟି ଛାଡ଼ିବା ବେଳକୁ ମଝିରୁ ଆଲୁମିନା ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା । ଫଳରେ ପଛ ବଗି ଅଟକି ରହିଥିବା ବେଳେ ଇଞ୍ଜିନ ଆଗକୁ ମାଡ଼ି ଯାଇଥିଲା । ଟ୍ରେନ୍ ର ୨ଟି ବଗି ମଧ୍ୟରେ ପ୍ରାୟ ୩୦ ମିଟରର ବ୍ୟବଧାନ ସୃଷ୍ଟି ହୋଇ ଯାଇଥିଲା । ତତ୍କ୍ଷଣାତ ଲୋକୋ ପାଇଲଟ ଏହା ଦେଖି ଟ୍ରେନ୍ ଟିକୁ ଷ୍ଟେଶନରେ ଅଟକାଇ ଦେଇଥିଲେ । ଏନେଇ ଡ୍ରାଇଭର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ତୁରନ୍ତ ଏକ ଟିମ୍ ସେଠାରେ ପହଂଚି ଘଟଣାର ଯାଂଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *