୫୭ ବର୍ଷରେ ପାଦ ଥାପିଲେ ଅପରାଜିତା- ସଫଳତାର ସିଡ଼ିରେ ସେବା ଓ ସମର୍ପଣ

ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ। ଜଣେ ପ୍ରଶାସିକାରୁ ରାଜନେତା ହେବାର ଯେଉଁ କ୍ୟାରିଅର ବାଛିଥିଲେ ଅପରାଜିତା। ସବୁଠି ସଫଳତାର ଛାପ। ପ୍ରଶାସିକା ଥିଲା ବେଳେ ଯେଭଳି ସମାଜର ସେବାରେ ବ୍ରତୀ ଥିଲେ। ନିର୍ବାଚିତ ପ୍ରତିନିଧି ଭାବେ ସେମିିତି ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବାର ମାନସିକତାରେ ଚାଲିଛନ୍ତି। ୫୭ ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ତାଙ୍କର ଯୁବ ସୁଲଭତା ଗୁଣ ବାରିହୋଇପଡ଼େ। ସବୁ ବେଳେ ହସହସ ମୁହଁ। କାମ ବେଳେ ଗମ୍ଭୀର। କେହି କେହି କୁହନ୍ତି ନନଷ୍ଟପ୍ ଲେଡି। କାମ ଥିଲେ ନା ରାତି ନା ଦିନ ମାନନ୍ତି। ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅପରାଜିତା ଅକ୍ଟୋବର ୮, ୧୯୬୯ରେ ଜନ୍ମଗ୍ରହଣ କରିଥିଲେ। ୧୯୯୪ ବ୍ୟାଚ୍ ଆଇଏଏସ ଅପରାଜିତା ୨୦୧୮ରେ ଚାକିରୀରୁ ଇସ୍ତଫା ଦେଇଥିଲେ। ଆଉ ନଭେମ୍ୱର ୨୭, ୨୦୧୮ରେ ବିଜେପିରେ ଜଏନ୍ କରିଥିଲେ। ଆଉ ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରଥମ ପଦାର୍ପଣରେ ବାଜି ମାରିବା ସହ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭୋଟରଙ୍କ ମନ ଜିଣିଥିଲେ। ୨୦୨୪ରେ ବି ଏହି ସଫଳତାର ରିପିଟ୍ ହେଲା। ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ପରିଚିଚ ଅପରାଜିତା। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦଳ ଓ ସରକାର ସପକ୍ଷରେ ତାଙ୍କର ଅକାଟ୍ୟ ଯୁକ୍ତି ଯିଏ ଦେଖିଛି, ତାଜୁବ ହୋଇଯାଏ। ବାଦବିବାଦରୁ ଯଥାସମ୍ଭବ ଦୂରେଇ ରହି ନିଜ ଫର୍ମାଟରେ କାମ କରିବାରେ ବେଶ୍ ଧୁରନ୍ଧର ଅପରାଜିତା। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶରେ କେବଳ ନିଜକୁ ସୀମିତ ରଖିନାହାନ୍ତି ଅପରାଜିତା। ନିରନ୍ତର ସଂଗଠନ ସଂରଚନାରେ ମାହିର୍ ହୋଇଗଲେଣି ଅପରାଜିତା। ଅପରାଜିତାଙ୍କୁ ଜନ୍ମଦିନର ଶୁଭେଛାର ସୁଅ ଛୁଟିଛି। ତାଙ୍କ ସମର୍ଥକ ଓ ଶୁଭେଛୁ ମନ୍ଦିରରେ ଦୀପ ଜାଳି ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *