Malkangiri

କୁଡୁମୁଲୁଗୁମ୍ମା କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଅଦାଲତ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଡୁମୁଲୁଗୁମ୍ମା ଅଦାଲତର ମାଜିଷ୍ଟ୍ରେଟ ସୁମନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ରହି ମାମଲା ଗୁଡ଼ିକର ଫଏସଲା କରିଥିଲେ । ଯେଉଁଥିରେ ସରକାରୀ ଓକିଲ ସରୋଜ କୁମାର ସାହୁ, ମୁଖ୍ୟ କିରାଣୀ ବୃନ୍ଦାବନ ପଣ୍ଡା, କନିଷ୍ଠ କିରାଣି ସପ୍ସଗ୍ରାମ କେଶରୀ ମହାରଣା, ଓକିଲ ବିଷ୍ଣୁ ଚରଣ ନାଲା, ଜୟଦେବ ପାତ୍ର ଓ ସୁନୀତା ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ଏହି ଲୋକ ଅଦାଲତ ମାଧ୍ୟମରେ ସର୍ବମୋଟ ୩୯ ଗୋଟି ମାମଲାର ଫଏସଲା ହୋଇଥିବା ବେଳେ ଏଥିରେ ଜୋରିମାନା ବାବଦକୁ ସର୍ବମୋଟ ୨୭୦୦ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।

ଦିର୍ଘ ସମୟ ଧରି ପଡିରହିଥିବା ମାମଲା ଗୁଡ଼ିକର ବିଚାରଣ ଓ ସମାଧାନ ଉକ୍ତ ଲୋକ ଅଦାଲତ ମାଧ୍ୟମରେ ହେଉଥିବାରୁ ଜନ ସାଧାରଣ ବହୁ ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହ ନ୍ୟାୟ ବ୍ୟବସ୍ଥାରେ ନିଜର ବିଶ୍ୱାସ ପ୍ରକଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button