ଏଥର ଗରମରେ ରଜ । ଆଗାମୀ ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ ରହିବ । ପଶ୍ଚିମ ଓଡ଼ିଶାରେ ତାତି, ଉପକୂଳରେ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଚି । କିନ୍ତୁ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । କେବଳ ମାଲକାନଗିରି ଏବଂ କୋରାପୁଟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଆଗକୁ ବଢିବା ପାଇଁ ଯେଉଁ ପାଗ ଆବଶ୍ୟକ ତାହା ଅନୁକୂଳ ରହିଛି । ଏବେ ଆଗାମୀ ୫ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଗତକାଲି ୧୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now