ଓଡ଼ିଶାପାଣିପାଗ ଓ ପରିବେଶ

ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା

ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଜାରିରହିଛି । ବିଶେଷ କରି ମହାନଦୀରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ 7 ଟି ବ୍ଲକ ରେ 200 ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । 132 ଟି ବ୍ଲକ ରେ 50 ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦ କୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ 9 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ ଏବଂ ତେଲ ନଦୀରେ ପାଖାପାଖି 5 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ ।

ପ୍ରବଳ ବନ୍ୟା ହେବାର ସମ୍ଭାବନା ଥିବାବେଳେ ହୀରାକୁଦର 8 ଟି ଗେଟ ବନ୍ଦ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ୱାରା ହୀରାକୁଦ ରୁ ବନ୍ୟା ଜଳ ଛାଡିବା କମିଛି ଯିବାଫଳରେ 1 ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ । ଏହାସହିତ ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ 11 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ ଏବଂ ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ 12 ଲକ୍ଷ କ୍ୟୁସେକ ପାଣି ହୋଇଯିବ ।

ମୁଣ୍ଡଳୀରେ ଏବେ 9 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି ଯାହା କି ଆସନ୍ତା କାଲି 11 ଲକ୍ଷ କ୍ୟୁସେକ ରେ ପହଁଚିବ । ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ ଓଡ୍ରାଫର ଆଉ ଏନଡ଼ିଆରଫ 12 ଟି ଓ ଅଗ୍ନି ଶମ ବିଭାଗର 20 ଟି ଟିମ ଅତିରିକ୍ତ ପଠାଯାଇଛି । କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା,କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି l

Leave a Reply

Your email address will not be published.

Back to top button