ଓଡ଼ିଶା

ଓଡିଶାର ଉଚ୍ଚତମ ଶିବ ମୂର୍ତ୍ତି ହେବ ଯାଜପୁର ଆକର୍ଷଣର କେନ୍ଦ୍ର

ଯାଜପୁର: ଯାଜପୁର ଜିଲାରେ ନିର୍ମାଣ ଚାଲିଛି  ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂର୍ତ୍ତି ସାରା ଓଡିଶାର  ଉଚ୍ଚତମ ମୂର୍ତ୍ତି ହେବ। କାରଣ ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି  ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ  ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି।   ଯାଜପୁରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ଅଧିକ ରୁ ଅଧିକ ପର୍ଯ୍ୟଟକ ଜିଲା କୁ ଆସିବେ ବୋଲି ଆଶା କରାଯାଉଛି।

ଓଡିଶା ଦେଖିବ ସୁଉଚ୍ଚ ମୂର୍ତ୍ତି । ଯାଜପୁର କୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ। ଯାଜପୁରରେ ମା ବିରଜା ମନ୍ଦିର, ଦଶାଶ୍ବମେଧ ଘାଟ ପରେ  ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୁଉଚ୍ଚ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି। ମାତ୍ର ଆଉ ମାସ କେଇଟା ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ହେବାକୁ ଯାଉଛି। ତେବେ ଏହି ଶିବ ମୂର୍ତ୍ତି ଟିର ଉଚ୍ଚତା ୧୨୩ ଫୁଟ ରହିଛି। ଭୂମି ଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ  ଆରମ୍ଭ ହୋଇଛି।

ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର  ନିର୍ମାଣ ଦାୟିତ୍ବ ନେଇଥିବା ବେଳେ ନିର୍ମାଣ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାରରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତମାନ ୭୦ ପ୍ରତିଶତ କାମ ସରିଥିବା ବେଳେ ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ମୂର୍ତ୍ତି ସଂପୂର୍ଣ୍ଣ ପାଇଁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି। ତେବେ ଏହି ମୂତ୍ତି ନିର୍ମାଣ ପ୍ରଥମ ଥର ପାଇଁ ହେଉଥିବାରୁ ଏହାର ଫ୍ରେମ୍ ନିର୍ମାଣ ବହୁ ସମୟ ସାକ୍ଷେପ ଓ ବ୍ୟୟ ବହୁଳ ରହିଛି। ଫାଇଭର ଓ ଷ୍ଟିଲରେ ଏହାର ଫ୍ରେମ ନିର୍ମାଣ କରାଯାଉଛି। ଏହାକୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ କପର‌ରେ ପୂରା ମୂର୍ତ୍ତିକୁ ଆଚ୍ଛ‌ାଦିତ କରାଯିବ। ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ହେଲେ ଏହା ହିଁ ଓଡିଶାର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଚୟ ପାଇବ। ତେବେ ଯେ ଖାଲି ଏଠ‌ାରେ ନିର୍ମାଣ ହେଉଛି ତାହା ନୁହଁ ପୁରା ମୂର୍ତ୍ତି ଚାରିପଟେ ଅନେକ ମନୋରଂଜନ ମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଛି।  ଯାହାକି ଶିବା ଗ୍ୟାଲେରୀ ନାମରେ ନାମିତ କରାଯିବ। ଏହି ପରିକଳ୍ପନା ଶେଷ ହେଲେ ଶିବା ଗ୍ୟାଲେରୀ ଯାଜପୁର ଓ ଓଡିଶା ପର୍ଯ୍ୟଟନର ଏକ ପ୍ରମୁଖ ଅଂଶ ହେବ। ଦୈନିକ ଏହି ମୂର୍ତ୍ତି କୁ  ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଆଶା କରାଯାଉଛି।

ହିମାଂଶୁ କୁମାର ପାଢ଼ୀ

Leave a Reply

Your email address will not be published.

Back to top button