ତାଳଚେର: ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ । ସବୁଠି ପୂଜାର ମାହୋଲ ତାଳଚେର ସ୍ଥିତ ମା ହିଙ୍ଗୁଳା ଅଷ୍ଟ ମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ । ସବୁ ମଣ୍ଡପ ଓ ପୀଠରେ ବିଭିନ୍ନ ପ୍ରକାର ବେଶରେ ଦର୍ଶନ ଦେଉଛନ୍ତି ମା ।
ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀରେ ତାଳଚେରର ଅଧିଷ୍ଠୀତ୍ରୀ ଦେବୀ ମା ହିଙ୍ଗୁଳା ଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ । ସେହିଦିନ ମା ଅଗ୍ନି ରୂପରେ ପ୍ରକଟ ହୋଇ ୯ ଦିନ ଧରି ପୂଜା ପାଆନ୍ତି । ଏହାକୁ ମା’ଙ୍କର ନବ ଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଆଶ୍ଵିନ ମାସ ଆସିଲେ ଶାରଦୀୟ ଦୁର୍ଗା ପୂଜାରେ ମା’ଙ୍କ ପୀଠ ହୋଇଉଠେ ଲୋକାରଣ୍ୟ । ଏହି ପୀଠରେ ଦେହୁରୀ ସେବକ ମାନେ ମା’ଙ୍କର ପୂଜାର୍ଚ୍ଚନା କରନ୍ତି । ମାଙ୍କ ପୀଠରେ ମହାଅଷ୍ଟମୀ ବହୁ ଧୂମଧାମ ରେ ପାଳନ କାରାଯାଉଛି ।
ବର୍ଷ ତମାମ ପୀଠରେ ମାନସିକ ଧାରୀ ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି । ମା’ ପ୍ରତ୍ୟେକ୍ଷ ଠାକୁରାଣୀ ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି । ଏହି ନବରାତ୍ର ପୂଜାରେ ବହୁ ଦୂରଦୁରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିସହ ମାଆଙ୍କ ସମସ୍ତ ଭକ୍ତ ମାଆଙ୍କ ଠାରେ ଏହି ଦୁର୍ଗାଅଷ୍ଟମୀ ପୂଜାକରି ମାଙ୍କ ଆଶିଷ ଲାଭ କରିଥାନ୍ତି ।
ମା ହିଙ୍ଗୁଳା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଲେ ମଧ୍ୟ ମା ଜଗତ କଲ୍ୟାଣୀ । ମା ପରି ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ସବୁବେଳେ ଘଣ୍ଟ ଘୋଡାଇ ରଖିଥାନ୍ତି…। ପ୍ରଭାତରଞ୍ଜନ ପାଣିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now