ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ

ସିଦ୍ଧେଶ୍ୱର ପୀଠ ହୋଇଉଠିଛି ଚଳଚଞ୍ଚଳ । ଅଶୋକାଷ୍ଟମୀରେ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିବା ସହ ସିଦ୍ଧେଶ୍ୱର ଘାଟରେ ବୁଡ ପକାଇ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ୭ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ସେପଟେ ଲିଙ୍ଗରାଜଙ୍କ ରୁକୁଣା ରଥ ଓ ବିଭିନ୍ନ ସ୍ଥାନରେ ରାମନବମୀ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଯାଜପୁରର ଉତ୍ତରାୟଣୀ ବୈତରଣୀ ତଟରେ ପ୍ରସିଦ୍ଧ ତଥା ପ୍ରାଚୀନତମ ସିଦ୍ଧେଶ୍ବର ପୀଠ ହୋଇଉଠିଛି ଚଳଚଞ୍ଚଳ । ଅଶୋକାଷ୍ଟମୀରେ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିବା ସହ ସିଦ୍ଧେଶ୍ୱର ଘାଟରେ ବୁଡ ପକାଇ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ୭ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ଏଠାରେ ପିଣ୍ଡଦାନ ବା ଅସ୍ଥି ବିସର୍ଜନ ଦ୍ୱାରା ଯେ କୌଣସି ଅପମୃତ୍ୟୁ ଜନିତ ଅତୃପ୍ତ ଆତ୍ମା ତୃପ୍ତି ଲାଭ କରି ମୋକ୍ଷପ୍ରାପ୍ତି ହୋଇଥାନ୍ତି । ସେଥିପାଇଁ ଏହି ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶ୍ରଦ୍ଧାଳୁ ମାନେ ଏଠାରେ ବୁଡ ପକାଇ ତିଳତର୍ପଣ କରିବା ସହ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରୁଛନ୍ତି ।  ବାହାରୁ ବହୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି ଏହି ସିଦ୍ଧେଶ୍ବର ପୀଠକୁ ।ସେପଟେ ଶ୍ରଦ୍ଧାଳୁ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *