ଜାତୀୟ

ଦକ୍ଷିଣ ଏସିଆ ଆଣ୍ଟି ଡୋପିଙ୍ଗ ଆଞ୍ଚଳିକ ପ୍ରତିଷ୍ଠାନ ‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି ।

ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଆଞ୍ଚଳିକ ସହଯୋଗ ବଢିବ ।

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଠାକୁର କହିଛନ୍ତି ଯେ ବିିଭିନ୍ନ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଜାତୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ଓ ଉପଲବ୍ଧି ଉତ୍ସାହଜନକ ରହୁଛି । ଖେଳକୁଦକୁ ସ୍ୱଚ୍ଛ ଓ ନିଶା କାରବାର ତଥା ମାଦବ ଦ୍ରବ୍ୟରୁ ମୁକ୍ତ ରଖିବାକୁ ଭାରତ ଅଙ୍ଗୀକୃତ ହୋଇ ଏ କ୍ଷେତ୍ରରେ କାମ କରୁଛି । ଆଣ୍ଟି ଡୋପିଙ୍ଗ କ୍ଷେତ୍ରରେ ଭାରତ ଅବଦାନ ବେଶ୍ ପ୍ରଂଶସନୀୟ ।

ସେ ଆହୁରି କହିଛନ୍ତି ଯେ ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରଣିତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ ଅଙ୍ଗୀକୃତ । ଭାରତୀୟ କ୍ରୀଡାବିତ୍ମାନଙ୍କର ପ୍ରଦର୍ଶନ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବଢାଇବା ପାଇଁ ମନ୍ତ୍ରଣାଳୟ ଅବିରତ ଭାବେ କାର୍ଯ୍ୟ କରୁଛି । “ଆମେ ଉଚ୍ଚମାନର ତାଲିମ, ଉତ୍ତମ କ୍ରୀଡା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଆମ କ୍ରୀଡାବିତ୍ମାନଙ୍କୁ ଯୋଗାଇ ଆସୁଛୁ । ସବୁପ୍ରକାର ଖେଳକୁଦର ବିକାଶ ପାଇଁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି । ପ୍ରତିଭା ବିକାଶ ନିମନ୍ତେ ଖେଳକୁଦରେ ଅଧିକରୁ ଅଧିକ ପ୍ରତିଯୋଗିତାମାନ କରାଯାଉଛି । ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍ ଙ୍କୁ ସମାନ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖେଳକୁଦକୁ ସ୍ୱଚ୍ଛ ଓ ନିଶାମୁକ୍ତ କରିବା ପାଇଁ ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି” ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button