ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ
ଜୟପୁର: ଶନିବାର ଦିନ ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ହୋଇଛି। ସ୍ଥାନୀୟ ଜିଲ୍ଲାପାଳ ଆଲୋକ ରଞ୍ଜନ ଏହାକୁ ଚାର୍ଟର ଜେଟ କହିଥିବା ବେଳେ ସେନା ପକ୍ଷରୁ କୁହାଯାଇଛି, ଆଖ ପାଖ ଅଞ୍ଚଳରେ ଏକ ସେନା ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେଣୁ ଏହା ଘରୋଇ ଜେଟ ନା ସେନା ବିମାନ ତାହା ସ୍ପଷ୍ଟ ହୋଇପାରି ନାହିଁ।
ସେପଟେ, ଆଜି ମଧ୍ୟପ୍ରଦେଶର ମୋରେନରେ ଦୁଇଟି ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆଲିୟର ବାୟୁସେନା ବେସରୁ ଦୁଇଟି ତାଲିମ ବିମାନ ଉଡାଣ ଭରିଥିବା ବେଳେ ମୋରେନରେ ଦୁର୍ଘଟଣା ହୋଇଛି। ଗୋଟିଏ ସୁଖୋଇ ସୁ୩୦ ଥିବା ବେଳେ ଅନ୍ୟଟି ମିରାଜ ୨୦୦୦ ବିମାନ ଥିଲା। ସୁଖୋଇରେ ଦୁଇ ପାଇଲଟ ଓ ମିରାଜରେ ଜଣେ ଥିଲେ। ଏଥିରେ ଦୁଇ ପାଇଲଟ ସୁରକ୍ଷିତ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣାକୁ ନେଇ ସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରୀର ନିର୍ଦ୍ଦେଶ ଦିଆଯାଇଛି। ବିମାନ ଦୁଇଟି ଆକାଶ ମାର୍ଗରେ ପରସ୍ପର ସହ ଧକ୍କା ହୋଇଥିଲେ ନା ଅନ୍ୟ କିଛି କାରଣ ତାହା ଜାରିବାକୁ ଚେଷ୍ଟା କରାଯାଉଛି।
ତେବେ ଦୁଇ ଯୁଦ୍ଧ ବିମାନ ଦୁର୍ଘଟଣା ସ୍ଥଳରୁ ୧୦୦ କିମି ଦୂରରେ ରାଜସ୍ଥାନର ଭରତପୁରରେ ହୋଇଛି ଦୁର୍ଘଟଣା।