ଓଡ଼ିଶା

ଶିକ୍ଷାର ବିକାଶ ନାଁରେ ଚାଲିଛି ହରିଲୁଟ

ବାଙ୍କି:  ଶିକ୍ଷାର ବିକାଶ ନାଁରେ ଚାଲିଛି ହରିଲୁଟ। କଲେଜର ଉନ୍ନତିକରଣ ପାଇଁ ଆସୁଥିବା ଟଙ୍କାକୁ ଚଳୁ କରାଯାଉଥିବା ଅଭିଯୋଗ। ବାଙ୍କୀ କଲେଜର ଉନ୍ନତିକରଣ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ପୁରାତନ ଛାତ୍ର ସଂସଦର ସଭାପତି ଓ ପୁରାତନ ଛାତ୍ରଛାତ୍ରୀ।  ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଏହାର ମାନ ବୃଦ୍ଧିକୁ ନେଇ ଖର୍ଚ୍ଚ ଜରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଏହି ଅର୍ଥକୁ ସଠିକ ରୂପେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଖର୍ଚ୍ଚ ହେଇ ପାରୁନାହିଁ। ଏହାର ସତ୍ୟତା କେତେଦୂର ରହିଛି ଆଉ ନିର୍ମାଣଧୀନ ପ୍ରକଳ୍ପଗୁଡିକ କେତେ କାର୍ଯ୍ୟକ୍ଷମ କରାଯାଇଛି।

ଭଲଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଏ ହେଉଛି ବାଙ୍କିରେ ରହିଥିବା ୧୯୬୧ ମସିହାର ନିର୍ମାଣଧୀନ କଲେଜ । କଲେଜ କର୍ତ୍ତୃପକ୍ଷଙ୍କ ବୈମାତୃକ ମନଭାବ ହେଉ କି କଲେଜ ପରିଚାଳନା କମିଟିର ଦୂରଦୃଷ୍ଟି ଅଭାବ, ଏହି ସ୍ୱୟଂ ଶାସିତ ମହାବିବ୍ୟାଳୟଟିର ପାରିପାର୍ଶ୍ୱିକ ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ଶାରୀରିକ ବିକାଶକୁ ନେଇ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଏବେ ଅଧାପନ୍ତରିଆ ଅବସ୍ଥାରେ ବର୍ଷ ବର୍ଷ ଧରି ପଡି ରହିଛି ବୋଲି ଅଭିଯୋଗ ଆଣିଛନ୍ତି କଲେଜର ପୁରାତନ ଛାତ୍ର ଓ ଛାତ୍ର ସଂସଦର ସଭାପତି । ପ୍ରକଳ୍ପ ନିର୍ମାଣ ନାମରେ ବ୍ୟାପକ ଅର୍ଥ ତୋଷାରପାତ କରାଯାଇଥିବା ସିଧାସଳଖ ଅଭିଯୋଗ ହୋଇଛି। ଉନ୍ନତିକରଣ ନାମରେ ଯେଉଁ ସବୁ ଅର୍ଥ ହେରଫେର କରାଯାଇଛି  ତାହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ସିବିଆଇକୁ ଏହାର ତନଖି ପାଇଁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛି ପୁରାତନ ଛାତ୍ର ଓ ସଂସଦ ର ସଭାପତିଙ୍କ ସମେତ ଅଧ୍ୟୟନରତ ଛାତ୍ର ମାନେ।

ସେପଟେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଖେଳକୁଦ ପାଇଁ ରହିଥିବା ଖେଳ ପଡିଆ ଓ ଇଣ୍ଡୋର ଷ୍ଟାଡିୟମ ଗୁଡିକ ଏବେ ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଅନ୍ୟପଟେ ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳରେ ରହିଥିବା ଜେନେରେଟର ଏବେ ପଡି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ଅପର ପଟେ କଲେଜ ପରିସରରେ ରହିଥିବା ପ୍ରଥମ ଚିକିତ୍ସା କେନ୍ଦ୍ରରେ ବର୍ଷ ତମାମ ପଡି ରହିଛି ତାଲା । ବଟାନିକାଲ ଗାର୍ଡେନଟିର ଅବସ୍ଥା ନ କହିବା ଭଲ । ଆଉ ପିଲାଙ୍କ ସ୍ୱାର୍ଥକୁ ନେଇ ନିର୍ମାଣ ହୋଇଥିବା ସୁମିଙ୍ଗପୁଲଟି ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। କଲେଜ ଗ୍ରାଉଣ୍ଡ ମଧ୍ୟରେ ରହିଥିବା ଛାତ୍ରବାସର ଗୃହଗୁଡିକ ମଧ୍ୟ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।  ମୋଟାମୋଟି କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଏହି ପୁରାତନ ମହାବିଦ୍ୟାଳୟଟି। ସେପଟେ ଏ ସମସ୍ତ ସମସ୍ୟା ରହିଥିବା ଘଟଣା ସ୍ୱୀକାର କରିଛନ୍ତି ଖୋଦ ମହାବିଦ୍ୟାଳୟ ର ଅଧକ୍ଷ। ତୁରନ୍ତ ଏ ସବୁ ସମସ୍ୟାର ସମାଧାନ କରାଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଅଧକ୍ଷ ଭବାନୀ ପ୍ରସାଦ ହୋତା ।

ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button