Angul

ମହାମହିମ ରାଷ୍ଟ୍ରପତିଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରିଲେ ପାଳଲହଡା ଉପାନ୍ତ ଅଞ୍ଚଳର ତିନିଜଣ ଆଦିମ ଜନଜାତି

ପାଳଲହଡା : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଳଲହଡାର ଉପାନ୍ତ ଅଞ୍ଚଳରେ ନାମିତ ଥିବା ପାଉଡି ଭୂୟାଁ ଅଞ୍ଚଳରେ ଆଜି କିଛି ମାତ୍ରାରେ ବିକାଶ ପହଞ୍ଚାଇବାରେ ସଫଳ ହୋଇ ପାରିଛି । ସେଠାକୁ ଗମନାଗମନର ସୁବିଧା, ପାନୀୟଜଳ, ଉନ୍ନତ ମାନର ଚାଷ ପ୍ରଣାଳୀ ଭଳି ଆଦିମ ଜନଜାତି ମାନଙ୍କୁ ପ୍ରଥମେ PBDA ଓ ପରବର୍ତ୍ତୀ ମୂହୁର୍ତ୍ତରେ OPELIPE ଭଳି NGO ମାଧ୍ୟମରେ ଲୋକଙ୍କୁ ରୋଜଗାର ଯୋଗାଇବା ଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମୁଖ୍ୟ ଭୂମିକା ତୁଲାଇ ଛନ୍ତି ସରକାର ।

ଖବର ଅନୁସାରେ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶର ଆଦିବାସୀ ଜନଜାତି ମାନଙ୍କୁ ନେଇ ସରକାରଙ୍କ ତରଫରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କାରର କାର୍ଯ୍ୟକ୍ରମ (Interaction with meet to Honorable Prisedent of India) ରେ ଓଡିଶା ସମେତ 18 ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ଓଡିଶା ର ବିଭିନ୍ନ ଅଞ୍ଚଳରୁ 266 ଜଣ ଏଥିରେ ସାମିଲ ହେବାର ସୌଭାଗ୍ୟ ଲାଭ କରିଥିଲେ । ସେହିପରି ପାଳଲହଡାର ନଗିରା ଅଞ୍ଚଳର ତିନି ଜଣ ତଥା ଜଗନ୍ନାଥ ପ୍ରଧାନ,  ଶ୍ରୀମତୀ ଶୁଶିଳା ଦେହୁରୀ ଓ ଶ୍ରୀ ମତୀ ମଣ୍ଡା ଗିରି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ପାଳଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ର ମୁଖ୍ୟ ଦାୟିତ୍ୱ ରେ ଥିବା ଲୋକପ୍ରିୟ ତହସିଲଦାର ଶ୍ରୀ ଲୋମ୍ବଧର ମାରାଣ୍ଡି ଙ୍କ ଅଧ୍ୟକ୍ଷତାରେ ଏହି ତିନିଜଣଙ୍କ ନାମ ଚୟନ କରାଯାଇ ଦିଲ୍ଲୀ ରାଷ୍ଟ୍ରପତି ଭବନ ପଠାଇବା ର ସମସ୍ତ ବ୍ୟବସ୍ଥା କରାଇଥିଲେ । ଏହି ତିନିଜଣ ଙ୍କ ସହିତ ଓପିଲିପିର ଏସକଟ କର୍ମଚାରୀ ଶ୍ରୀ ସୌମ ରଞ୍ଜନ ରାଉତରାୟ ମଧ୍ୟ ସାମିଲ ଥିଲେ । ଏମାନେ ପ୍ରଥମେ ଦିଲ୍ଲୀରେ 12 ତାରିଖରେ ପହଞ୍ଚି ପାର୍ଲିଆମେଣ୍ଟ ଭବନ , ଆମ୍ବେଦକର ଭବନ ପରିଦର୍ଶନ କରିଥିଲେ , ସେହି ଆମ୍ବେଦକର ଭବନରେ ଆଦିବାସୀ ଜନଜାତି ଙ୍କ ଉଦ୍ଦେଶ୍ୟ ରେ ଭାରଦତ ସରକାରଙ୍କ ପକ୍ଷରୁ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ପରବର୍ତ୍ତୀ ଦିନ NTRI (ଜାତୀୟ ଆଦିବାସୀ ଜନଜାତି  ଗବେଷଣା କେନ୍ଦ୍ର ) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଙ୍କ ସହ ସାକ୍ଷାତ କାର କରିଥିଲେ । ପାଳଲହଡା ଉପାନ୍ତ ଅଞ୍ଚଳର ବିକାଶ ଭିତ୍ତିଭୂମି ର ବାର୍ତ୍ତା ନେଇ ସେଠାରେ ଉପସ୍ଥାପନ କରିଥିଲେ । ସେହି କାର୍ଯ୍ୟ କ୍ରମରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ଙ୍କ ବିକାଶ ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ପାଳଲହଡା ଅଞ୍ଚଳରୁ ଯାଇଥିବା ତିନିଜଣ ଜନଜାତି ଆଜି ପାଳଲହଡା ରେ ପହଞ୍ଚି ବା ପରେ PBDA ଅଧିକାରୀ ଶ୍ରୀ ଲମ୍ବୋଦର ମାରାଣ୍ଡି ପୁଷ୍ପ ଗୁଛ ଦେଇ ଶ୍ୱାଗତ କରିଥିଲେ । ସେ ତାଙ୍କ ପ୍ରତିକ୍ରିୟା ରେ ଆଦିବାସୀ ଜନଜାତି ମାନଙ୍କ ର ବିକାଶ ଦିଗରେ ଲୋକପାତ କରିବା ସହ ଆଗାମୀ ଦିନରେ ଆଦିବାସୀ ଜନଜାତି ମାନଙ୍କ ସମ୍ପୂର୍ଣ୍ଣ ବିକାଶ ହେବ ସେଥିପ୍ରତି ସେ ବ୍ରତୀ ରହିବେ ବୋଲି ପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button