ମାହାଙ୍ଗାର ଶତାଧିକ ବିଜେପିକର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ାମରାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ନାରାୟଣ ସେଠୀ, ପଞ୍ଚାୟତ ସମିତିସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତ, ନାଏବ ସରପଞ୍ଚ ଆରତୀ ଜେନାଙ୍କ ନେତୃତ୍ୱରେ ସୋମବାର ଶତାଧିକ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଶଙ୍ଖଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ୍ ହେଉଛନ୍ତି ବୋଲି ଆଜି ଯୋଗ ଦେଇଥିବା ବିଜେପି କର୍ମୀମାନେ ପ୍ରକାଶ କରିଥିଲେ । ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଜେନା ଆହ୍ୱାନ ଦେଇଥିଲେ । ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଜେନା କହିଥିଲେ ।

ଏହି ମିଶ୍ରଣ ପର୍ବରେ ପୋଡ଼ାମରାଇ ଗ୍ରାମପଞ୍ଚାୟତର ଆଲୋକ କୁମାର ଜେନା, ବାଇଧର ରାଉତ, ପ୍ରତାପ ବେହେରା, ମହେନ୍ଦ୍ର ସେଠୀ, ମନୋଜ କୁମାର ଜେନା, ଗୋବିନ୍ଦ ଚନ୍ଦ୍ରଜେନା, ଅର୍ଦ୍ଧେନ୍ଦୁ ଶେଖର ଜେନା, ଗଣେଶ ପ୍ରଧାନ, ଝୁନୁ ମହାନ୍ତି, ରାଜେଶ ବେଦାନ୍ତ, ଗୋବିନ୍ଦ ଜେନା, ବାସନ୍ତୀ ଜେନା, ସୁଶାନ୍ତି ଜେନା, ବଳରାମ ଜେନାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *