ଓଡ଼ିଶା

ସଇତାନ ସ୍ବାମୀର ବର୍ବରକାଣ୍ଡ

ମାଲକାନଗିରି: ସାମ୍ନାକୁ ଆସିଲା କିଡନୀ ଚୋରୀ ଘଟଣା । ଅର୍ଥ ଲାଳସାରେ ପ୍ରତାରଣା କରି ସ୍ତ୍ରୀର କିଡ୍ନୀ ବିକିଲା ସ୍ୱାମୀ । ସ୍ତ୍ରୀର ଅଜାଣତରେ ଘଟିଛି ଏପରି ଘଟଣା । ସ୍ତ୍ରୀର କିଡନୀ ବିକ୍ରି କଲା ବିଶ୍ବାସଘାତକ ସ୍ବାମୀ   ।  ସ୍ତ୍ରୀର ଅଜାଣତରେ ଭୁବନେଶ୍ବର କଳିଙ୍ଗ ହସ୍ପିଟାଲରେ ସ୍ବାମୀ କିଡନୀ ବିକ୍ରି  କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ  ।

ଏହି ଘଟଣା ହେଉଛି ମାଲକାନଗିରିର  ।  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁଙ୍କୁ ରଞ୍ଜିତା କୁଣ୍ଡୁ ୧୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ  ।  ହେଲେ ସବୁ ସମୟରେ ଦେଖାଦେଉଥିଲା ପାରିବାରିକ ବିବାଦ  । ସ୍ତ୍ରୀର ଅଭିଯୋଗ ଅନୁଯାୟୀ ୨୦୧୮ ମସିହାରେ ତାଙ୍କର ଚିକିତ୍ସା କରିବା ବାହାନାରେ ଏହି ଘଟଣା ଭିଆଇବା ପରେ ଏମଭି ୩୮ ଗାଁର ଅସିମ ହାଲଦାରଙ୍କୁ ବିକ୍ରି କରିଛନ୍ତି  । ଏହା ସହିତ  ସ୍ତ୍ରୀକୁ ଛାଡି ଅନ୍ୟ ମହିଳାଙ୍କ ସହ ରହୁଥିବା କହିଛନ୍ତି  ରଞ୍ଜିତା। ଏନେଇ  କାର୍ଯ୍ୟାନୁଷ୍ଟାନ ଦାବିରେ ମାଲକାନଗିରରି ପୋଲିସର ଦ୍ବାରସ୍ଥ ହୋଇଛନ୍ତି ରଞ୍ଜିତା ଏବଂ ତାଙ୍କ ପରିବାର…।

ଏହି ଘଟଣା ଏବେ ମାଲକାନଗିରି ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି  । କିଭଳି ଭିନ୍ନ ଭିନ୍ନ ଆଧାରକାର୍ଡ କରି ଏଭଳି ଚଞ୍ଚକତା କରିଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ସମାଜସେବୀ   । ଅନ୍ୟପଟେ ବିଶେଷଜ୍ଞ ଡାକ୍ତର କୌଣସି ମାନବ ଅଙ୍ଗ  ସ୍ଥାନନ୍ତରିତ କରିବା ଏତେ ସହଜ ନାହେଁ ବୋଲି କହିଛନ୍ତି । ଏଥିନେଇ ବହୁ ନୀତି ନିୟମ ରହିଥିବା ବେଳେ ସମସ୍ତ ନୀତି ନିୟମ ସମ୍ପୁର୍ଣ୍ଣ ପରେ ଏହା ସଫଳ ହେଇଥାଏ ବୋଲି କହିଛନ୍ତି ।

ସେପେଟ କିଡନୀ ଚୋରୀ ଘଟଣାରେ ତଦନ୍ତ  କରିବା ସହ ଗାଁରେ ପହଞ୍ଚିଛନ୍ତି ମଙ୍ଗଳ ବିଭାଗର କର୍ମଚାରୀ  । ତେବେ ସମ୍ପୁଣ୍ଣ ଘଟଣାକୁ ନେଇ ମାଲକାନଗିରି ପୋଲିସ ପକ୍ଷରୁ କୌଣସ ପ୍ରତିକ୍ରିୟା ରଖିନଥିବା ବେଳେ ଡାକ୍ତରୀ ପରୀକ୍ଷା ପରେ ଏହି ଘଟଣାର ସତ୍ୟତା ଜଣାପଡିବ ।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button