ସୁସ୍ଥ ହେଲେ ଶ୍ରୀଜିଉ,ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବର୍ତ୍ତା…

Spread the love

ସୁସ୍ଥ ହେଲେ ମହାପ୍ରଭୁ । ପୁଣି କୋଳାହଳମୟ ବଡ । ୧୧ ଦିନ ଧରି ଚାଲିଥିଲା ମହାପ୍ରଭୁଙ୍କ ନିରବଛିନ୍ନ ସେବା। ଆଜି ଶ୍ରୀଜିଉ ସୁସ୍ଥ ହୋଇଥିବାରୁ ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ଅନୁଷ୍ଠିତ ହେବ । ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ଠାକୁରେ ପର୍ବାବସ୍ଥାକୁ ଫେରିଛନ୍ତି । ଶୁକ୍ଳବସ୍ତ୍ର ପରିତ୍ୟାଗ କରି ମହାପ୍ରଭୁ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଆଜି ମହାପ୍ରଭୁଙ୍କ ସୁସ୍ଥତାର ଶୁଭ ଖବର ଗଜପତି ମହାରାଜ ନିକଟକୁ ପହଞ୍ଚାଯିବ । ଏହାସହ ବଡ ଦେଉଳରେ ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *