ପାରାଦୀପ: ସରକାରଙ୍କ କଟକଣାକୁ ମାନୁନାହାନ୍ତି ମାଛ ଦଲାଲ । ବ୍ୟବହାର କରୁଛନ୍ତି ରିଂ ଜାଲ଼ । ଆମେ କହୁଛୁ ପାରାଦୀପ ସମୁଦ୍ର କୂଳ କଥା। ସମୁଦ୍ର ଉପକୂଳରେ ଜାଲ ପକାଇ ମନଇଚ୍ଛା ମାଛ ଧରୁଛନ୍ତି ଦଲାଲ । ଆସନ୍ତୁ ଦେଖିବା ଏହି ରିପୋଟ…
ମାଫିଆଙ୍କ କବଳରେ ସମୁଦ୍ର ଉପକୂଳ । ସରକାରଙ୍କ କଟକଣାକୁ ମାନୁନାହାନ୍ତି ମାଛ ଦଲାଲ । ବ୍ୟବହାର କରୁଛନ୍ତି ରିଂ ଜାଲ଼ । ଓଡିଶା ଉପକୂଳର ୪୮୦ କିମି ସମୁଦ୍ରରେ ଫାଶୀ ଓ ରିଂ ଜାଲ ବ୍ୟବହାର ଉପରେ କଟକଣା ରହିଛି । କାରଣ ପ୍ରାୟ ୬୦୦ ପ୍ରଜାତି ର ଜଳ ଜୀବଙ୍କ ବଂଶ ଏହି ଜାଲ କାରଣରୁ ଲୋପ ପାଇବାକୁ ବସିଲାଣି। ହେଲେ ଏସବୁ କଟକଣାକୁ ଅଣଦେଖା କରୁଛନ୍ତି ଦଲାଲ । ଆମେ କହୁଛୁ ପାରାଦୀପ ସମୁଦ୍ର କୂଳ କଥା। ପାରାଦୀପ ମତ୍ସ୍ୟ ବିଭାଗ ଓ ମେରାଇନ୍ ପୋଲିସ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ଷଣ୍ଢକୁଦ ନିକଟ ସମୁଦ୍ର କୂଳରେ କିଛି ମାଛଧରା ଡଙ୍ଗା ଆଙ୍କର ପକାଇ ରହିଥିଲେ । ସେହି ସବୁ ଡଙ୍ଗାରେ ଲୁହା ରିଂ ଲାଗିଥିବା ଜାଲ ଓ ଜାଲକୁ ଟାଣିବା ପାଇଁ ମେସିନ ଲାଗିଥିବା ୪ଟି ଡଙ୍ଗାକୁ ଜବତ କରାଯାଇଛି । ଏହାର ପ୍ରମାଣ ଦେଇଛି ମତ୍ସ୍ୟ ବିଭାଗ ।
ଓଡିଶା ସାମୁଦ୍ରିକ ମାଛଧରା ନିୟନ୍ତ୍ରଣ ଆଇନ ୧୯୮୧ ଅନୁସାରେ ଏହି ଦୁଇ ପ୍ରକାର ଜାଲ ଉପରେ ଅଙ୍କୁଶ ଲଗାଯାଇଛି। ଏହି ଜାଲ ସମୁଦ୍ରରେ ବ୍ୟବହାର କଲେ ସବୁ ପ୍ରକାର ମାଛ ଜାଲରେ ରହିଥାନ୍ତି। ଯାହାଦ୍ବାରା ଛୁଆ ମାଛ ମରି ଯାଆନ୍ତି। ଫଳରେ ସମୁଦ୍ରରେ ମାଛ ବଂଶ କ୍ରମଶଃ ହ୍ରାସ ପାଇ ଯିବାର ଆଶଙ୍କା ରହିଛି । ହେଲେ ବାରଣ ସତ୍ତ୍ୱେ କିଛି ଦଲାଲ ଏହି ଜାଲକୁ ସମୁଦ୍ର ମଧ୍ୟରେ ବ୍ୟବହାର କରୁଥିବା ଓ ମାଛ ଧରୁଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଅଞ୍ଚଳରୁ କିଛି ଡଙ୍ଗା ଆସି ସମୁଦ୍ର ଭିତରେ ଏହି ଜାଲରେ ମାଛ ଧରୁଥିବା ମଧ୍ୟ ଜଣାପଡ଼ଛି ।
ବାସ୍ତବିକ୍ ମତ୍ସ୍ୟ ବିଭାଗର ଏହି ଧର ପଗଡ ଜାରି ରହିଲେ ମାଫିଆ ମାନେ ଏହି କାର୍ଯ୍ୟରୁ ନିବୃତ ରହିବେ ନିଶ୍ଚୟ।
ସୁବ୍ରତ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now