ରେଙ୍ଗାଳି ବାମ ମୁଖ୍ୟ କେନାଲର ବାରିହାପୁର ଗ୍ରାମ ଠାରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ଗଛିତ ଥିବା ମାଟିକୁ ଉଠାଇ ନେଇଛି ମଣ୍ଟିକାଲ ନାମକ ଠିକାସଂସ୍ଥା। ଏହାସହ କେନାଲ ଉପରେ ବିରାଟକାୟ କୁତ୍ରିମ ପୋଖରୀ ସୃଷ୍ଟିହୋଇଛି ସେହିସ୍ଥାନରେ। ଏନେଇ ବିଭାଗିୟ ଅଧିକାରିଙ୍କ ଦୃଷ୍ଟିଗୋଚର ହେବାପରେ ବିଭାଗର ଅମିୟ ସାମଲ ଏନେଇ ମଣ୍ଟିକାଲ ନାମଙ୍କ ଠିକାସଂସ୍ଥା ବିରୁଦ୍ଧରେ ପରଜଙ୍ଗ ଥାନାରେ ଏତେଲା ଦେଇଛନ୍ତି। ଏହାସହ ଏକକି ନକଲ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ଏସ୍ପି ଙ୍କ ନିକଟକୁ ପଠାଇଛନ୍ତି। ସୂଚନା ମୁତାବକ ଏନଏଚଆଇ ୫୩ ନିର୍ମାଣ କରୁଥିବା ଠିକାସଂସ୍ଥା କୁନାଳ ପ୍ରଥମେ ସେହି ଠାରୁ ମାଟି ଉଠାଇବା ପାଇଁ ୨୦୧୯ ମସିହାରେ ତତ୍କାଳୀନ ବିଭାଗିୟ ଅଧିକ୍ଷଣ ଯନ୍ତ୍ରୀ ଗଗନ ବିହାରି ଦାସଙ୍କ ଠାରୁ ମାଟି ଉଠାଇବା ପାଇଁ ଅନୁମତି ନେଇଥିଲା। ଏବଂ ଏହା ସିମିତ ସମୟ ଓ ସିମିତ ପରିମାଣର ମାଟି ଊଠାଇବାପାଇଁ ଅଳ୍ପ କିଛି ରୟାଲଟି ଦେଇ ଉଠାଉଥିଲା। କିନ୍ତୁ ପରବର୍ତି ପର୍ଯ୍ୟାୟରେ କୁନାଳ ଠିକାସଂସ୍ଥା ସେଠୁ କାମସାରି ଯିବାପରେ ସେହି କେନାଲ ହୁଡାରୁ ମଣ୍ଟେକାଲ ଠିକାସଂସ୍ଥା ତଳତଳିୟା କର୍ମଚାରିଙ୍କ ଧରି ବିନା ରୟାଲଟି ରେ ହଜାର ହଜାର ଟ୍ରିପ୍ ମାଟି ଉଠାଇ ନେଇଛି। ଏବଂ ଏ ବିଷୟରେ ଏସ୍ଆଇ ସାମଲ ଜାଣିବା ପରେ ପ୍ରଥମେ ଠିକାସଂସ୍ଥାକୁ ତାଗିଦ କରିଥିଲେ। ଏବଂ ଏଥିରେ ଠିକାସଂସ୍ଥା ଅଧିକ୍ଷଣ ଯନ୍ତ୍ରୀଙ୍କ କଥାକୁ କିଛି ଭୃକ୍ଷେପ କରିନଥିଲା। ଫଳରେ ବାଧ୍ୟହୋଇ ଏସ୍ଏଆଇ ସାମଲ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପରଜଙ୍ଗ ପୋଲିସ ସ୍ପଟ ଇନ୍କ୍ବାରି କରି ଫେରିଛନ୍ତି। ବିଡମ୍ବନାର ବିଶୟ ଏତେଲା ଦେବାର ଦିର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଠିକାସଂସ୍ଥା ଉପରେ କୌଣସି କିର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେବେ ଏଠି ପଶ୍ନ ଊଠୁଛି କେନାଲ ହୁଡାରୁ ଏତେ ପରିମାଣର ମାଟି ଉଠିଲା କିପରି ଏବଂ ଏଠିକାର ଏସ୍ଡିଓକିମ୍ବା ଜେ.ଇ କରୁଥିଲେ କଣ।ତେଣୁ ଏଠି ସ୍ପଷ୍ଟ ବାରି ହେଇପଡୁଛି ବାଭାଗିୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ଉତମ ବୁଝାମଣାରେ ଉଠୁଥିଲା ମାଟି। ତେବେ ହୁଡାରୁ ମାଟି ଉଠିଯିବାପରେ ହୁଡା ଦୁର୍ବଳ ହୋଇ ଭବିଷ୍ୟତରେ ଯଦି କେନାଲ ଭାଙ୍ଗିଯାଏ ଏଥିପାଇଁ ଦାୟୀ କିଏ ରହିବ। ତେଣୁ ତୁରନ୍ତ ବିଭାଗର ମନ୍ତ୍ରୀ ଏଥିପ୍ରତି ଗୁରୁତର ସହ ନେଇ ଉଚସ୍ତରିୟ ତଦନ୍ତ କରି ଦୋଷି ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବିହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now