ଥାନା ଆଗରେ ମହିଳାଙ୍କୁ ଘୋଷାଡି ନେବା ଘଟଣା: ୩ ପୋଲିସଙ୍କ ବଦଳି

ଭଦ୍ରକ ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ପୋଲିସ ଘୋଷାଡି ନେବା ଘଟଣା। ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରାଯାଇଛି। ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଥିବା ନେଇ ଚାନ୍ଦବାଲି SDPO ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ଚାଲିଥିବାରୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *