ଯାଜପୁର : ଠିକ୍ ସମୟରେ ମିଳୁନି ବୀମା ରାଶି ।ହଇରାଣ ହରକତ ହେଉଛନ୍ତି ଚାଷୀ । ଚାଷୀ ଙ୍କ ନାଁରେ ଅର୍ଥ ହରିଲୁଟ କରୁଛି ବୀମା କମ୍ପାନୀ । ଆମେ କହୁଛୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳ କଥା । ଚାଷୀଙ୍କ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇଁ ବୀମା ବ୍ୟବସ୍ଥା ରହିଛି। କିନ୍ତୁ ବିଂଝାରପୁର ବ୍ଲକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ବୀମା ରାଶି। ଗତବର୍ଷ ବନ୍ୟାରେ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ନଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିଂଝାରପୁର ବ୍ଲକରେ ଏଚଡିଏଫସି ଆଗ୍ରୋ ଜିଆଇସି ଲିମିଟେଡ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇଥିଲା। ୨୦୨୦ ମସିହାରେ ଜରୀ ନାଉବାଙ୍କରେ ଘାଇ ହେବା ସହିତ ୨୦୨୧ ସେପ୍ଟେମ୍ଵର ମାସରେ ପୁନର୍ବାର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା। ଏନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ବୀମା କମ୍ପାନୀ ପକ୍ଷରୁ ଚାଷୀଙ୍କ ଫସଲରେ କୌଣସି କ୍ଷତି ହୋଇନାହିଁ ବୋଲି ଭୁଲ ରିପୋର୍ଟ ଦେଇଥିଲା। ଏଥିପାଇଁ ଚାଷୀ ସାନି ଆବେଦନ କରିଥିବା ବେଳେ ଆହୁରି ଶତାଧିକ ଚାଷୀଙ୍କ ନାଁ କ୍ଷତିଗ୍ରସ୍ତ ଚାଷୀ ତାଲିକା ରୁ ବାଦ ପଡିଥିଲା। ଯେଉଁଥିପାଇଁ ସମ୍ପୃକ୍ତ କମ୍ପାନୀ ବିରୋଧରେ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ଚାଷୀ।
ତେବେ ଏ ସମସ୍ୟାର ଶିଘ୍ର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now