ଖୁବଶୀଘ୍ର ସବୁ ଗାଁକୁ ଇଣ୍ଟରନେଟ୍ ସେବା

ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି । ଅଧିକ 5G ଟାୱାର ଅପଗ୍ରେଡ କରାଯାଉଛି । 2025 ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ପହଞ୍ଚିବ । ଇଣ୍ଟରନେଟ୍‌ ସମସ୍ୟା ଦୂର କରିବାକୁ ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଟାକ୍ସ ଫୋର୍ସ କାମ କରିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାହାଡିଆ ଅଞ୍ଚଳରେ ଟାୱାର ସଂଯୋଗୀକରଣ ହୋଇପାରିନି । କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ର କାଡାମଙ୍କ ତଥ୍ୟକୁ ସଠିକ କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି ।  ଖୁବ ଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍‌ ସେବା ମିଳିବ ।

ସେପଟେ ଲୋକେ BSNL ରୁ ମୋବାଇଲ ସେବା ଆରମ୍ଭ ହୋଇଥିଲା । ବିଏସନାଲ ଟାୱାର ଅଛି । ହେଲେ ନେଟୱର୍କ ସୁବିଧା ନଥିବାରୁ ଲୋକେ BSNL ନେବା ବନ୍ଦ କରି ଦେଇଥିବାରୁ ଉଦବେଗ ପ୍ରକାଶ କଲେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ଏପଟେ ଆଇଟି ମନ୍ତ୍ରୀ ମୁକେଶ ମହାଲ୍ିହ୍ଗ ଉତ୍ତର ଦେଲେ ଯେ BSNL ଅପରେଟରଙ୍କ ଆଲୋଚନା କରିବେ  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *