ଓଡ଼ିଶା

ଫନି ସହାୟତାରେ ବ୍ୟାପକ ଅନିୟମିତତା

ନିମାପଡା: ଫନି ସହାୟତାରେ ବ୍ୟାପକ ଅନିୟମିତତା । ନିମାପଡା ବ୍ଲକର ବିଭିନ୍ନ ପଂଚାୟତରେ ଫନୀ ହିତାଧିକାରୀ ଏଯାଏଁ ସହାୟତା ଟଙ୍କା ମିଳିନି । ଆଉ ଯେଉଁ କିଛି ଜଣଙ୍କୁ ମିଳିଛି , ସେମାନଙ୍କ ଆକାଉଣ୍ଟକୁ ନଯାଇ ଅନ୍ୟ କାହା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି । 

ଏ ହେଉଛି ନିମାପଡା ବ୍ଲକ । ଫନି ବାତ୍ୟାକୁ ଦୀର୍ଘ ବର୍ଷ ବିତିଯାଇଛି । ହେଲେ ଏଠାରେ ଥିବା ବିଭିନ୍ନ ପଂଚାୟତର ଲୋକେ ସହାୟତା ପାଇବାରୁ ବଂଚିତ । କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ସହାୟତାରୁ ବଂଚିତ ଥିବାବେଳେ ଆଉ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ସହାୟତା ଟଙ୍କା ଆସିଛି ହେଲେ ଆଉ କାହା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି ।  ଜଣେ  କି ଦୁଇ ଜଣ ନୁହଁନ୍ତି। ବହୁ ହିତାଧିକାରୀଙ୍କ ଟଙ୍କା ସେମାନଙ୍କ ଆକାଉଣ୍ଟ ନ ଯାଇ ଅଲଗା ଆକାଉଣ୍ଟ କୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି ।  ଏଭଳି ଜଣେ ହିତାଧିକାରୀ ହେଉଛନ୍ତି ନମିତା କାଣ୍ଡି । ନମିତାଙ୍କ  ଘର ଭଙ୍ଗା ସହାୟତା ରାଶି ତାଙ୍କ ଆକାଉଣ୍ଟକୁ ନ ଆସି ତାହା ଅଲଗା ଲୋକର ଆକାଉଣ୍ଟକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି ।  ଯୋଗ୍ୟ ହିତାଧିକାରୀ ଏବେ ଘର କରି ନ ପାରି ପଲିଥିନ ତଳେ ଜୀବନ ବିତାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା କାଣ୍ଡି ଓ ଜୟକୃଷ୍ଣ ବେହେରା।

ତହସିଲଦାର କମଲଜିତ ଦାସ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୂର୍ଣ ସହାୟତା ରାଶି ପ୍ରଦାନ ନ କରି ଆଂଶିକ ଦେଇ ନିଜ କାମ ସାରି ପଳାଇ ଗଲେ।  ହେଲେ  ପ୍ରକୃତ ହିତାଧିକାରୀ ସମ୍ପୂର୍ଣ ସହାୟତା ରାଶି ପାଇ ନ ପାରି ଏବେ ପଲିଥିନ ତଳେ ଜୀବନ କାଟୁଛନ୍ତି।  ପୁରୀ ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି ହିତାଧିକାରୀ । ଏପରିକି ନିମାପଡା ତହସିଲ ଅଫିସ ସମ୍ମୁଖରେ ଦୁଇ ଦୁଇ ଥର ଅନଶନରେ ବସିଥିଲେ । ହେଲେ ଏବେ ର ତହସିଲଦାରଙ୍କ ପ୍ରତିଶୃତି ଦେଇ ହିତାଧିକାରୀଙ୍କୁ ଭୁତେଇ ଚାଲିଥିବା ବେଳେ ଏମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି।

Leave a Reply

Your email address will not be published.

Back to top button