ଭଦ୍ରକ: କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ସୁବିଧା ପାଇଁ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଓ ମରାମତି କରିବା ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତାହା କିଛି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚଦ୍ରିକା ଯୋଗୁଁ ହଡପ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ପୂର୍ତ୍ତ ବିଭାଗ ରାସ୍ତା ଓ ଗୃହ ବିଭାଜନ ପକ୍ଷରୁ ନିର୍ମାଣ ହେଉଥିବା ମା ଭଦ୍ରକାଳୀ ରାସ୍ତାରେ।
ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ମରାମତି ହେଉଥିଲା। ସ୍ଥାନୀୟ ଲୋକଙ୍କ ଆଖିରେ ଧୂଳି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ରାତିରେ ଚାଲିଥିବା ବେଳେ, ନିମ୍ନମାନର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବଜାର ଠାରୁ ଉତ୍ତରବାହିନୀ ସାଳନ୍ଦୀ ନଦୀ ବନ୍ଧ, ଘଢାଇସାହିଠାରୁ ହଳଦୀଦିହ ପର୍ଯ୍ୟନ୍ତ ୩ କିଲୋମିଟର ରୁ ଅଧିକ ରାସ୍ତା କାମ ନିମ୍ନମାନର ହେଉଥିବାକୁ ନେଇ ସ୍ଥାନୀୟ ବାସୀନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। କାମ ହେବାର ୨୪ ଘଣ୍ଟା ଭିତରୁ ରାସ୍ତାରୁ ଉଠିଯାଉଛି ପିଚୁ। ପୁରୁଣା ରାସ୍ତା ଉପରେ ନିମ୍ନମାନର ରାସ୍ତା ମରାମତି କାର୍ଯ୍ୟକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବା ସହ, ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି।
ମା ଭଦ୍ରକାଳୀଙ୍କ ପୀଠକୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବୀ ହୋଇଆସୁଥିଲା। ଏବେ କାମ ହେଉଥିଲେ ମଧ୍ୟ ନିମ୍ନମାନର ହେଉଛି। ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ହେଉଥିବା କଂଗ୍ରେସର ଜିଲ୍ଲା ସଭାପତି ଅଭିଯୋଗ ଆଣିଛନ୍ତି। । ଏ ନେଇ ଅଭିଯୋଗ ପରେ ଘଟଣାସ୍ଥଳକୁ ଯାଇ ବିଭାଗୀୟ ଅଧିକାରୀ ଯାଞ୍ଚ କରିଛନ୍ତି। ଅନ୍ୟ ପକ୍ଷରେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏପରି ଅନିୟମିତା ସମ୍ପର୍କରେ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଦେଇଛନ୍ତି।
ଶାନ୍ତନୁ ପଣ୍ଡା
Naxatra News is now on Whatsapp
Join and get latest news update delivered to you via whatsapp
Join Now