ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Spread the love

ଜୟପୁର : ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ କୋରାପଟ ଜିଲା ଶାଖା ତରଫରୁ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟ ଜିଲା କୃଷି ଅଧିକାରୀ ବିଶ୍ୱ ରାଜ ରଥଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗ୍ରାମ୍ୟ କୃଷି କର୍ମଚାରୀ ବା ଭିଲେଜ ଏଗ୍ରୀକଲଚର ଓାର୍କର ପଦବୀର ନାମ ପରିବଣ୍ଟନ କରି କୃଷି ସଂପ୍ରସାରଣ ଅଧିକାରି ପଦବୀ ରଖାଯାଉ, ଗ୍ରେଡ ପେ ୨ ହଜାର ଟଙ୍କାରୁ ୪ ହଜାର ୨ଶହ ଟଙ୍କାକୁ ଉନ୍ନୀତ କରାଯାଉ, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ସବନିମ୍ନ ୩ରୁ୪ ଗୋଟି ପଦୋନ୍ନତିର କ୍ୟାଡର ନିୟମ ପୁନଃ ଗଠନ ତୁରନ୍ତ କରିବା, ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଚୁକ୍ତିଭିତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ମସିହା ପୁବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତି ଭିତିକ ସମୟକୁ ମୁଳ ଚାକିରିରେ ଗଣନା କରି ୬ ଗୋଟି ନୋସନାସ ଇନକ୍ରିମେଣ୍ଟ ପ୍ରଦାନ କରିବା, ପଞ୍ଚାୟତ ବା ବ୍ଲକ ଠାରେ କାର୍ଯ୍ୟାଳୟ ସହ ସରକାରୀ କାମ ପାଇଁ କମ୍ପୁଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କିରବା ଆଦି ଦାବି ରହିଛି । କୋରାପୁଟ ଜିଲା ଶାଖାର ସଭାପତି ସତ୍ୟ ଭାମା ନାୟକ ସମ୍ପାଦକ ଜାମି ଅନିଲ କୁମାର ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଆସନ୍ତା ୧୪ ତାରିଖରୁ ୨୦ ତାରିଖ ଯାଏ କଳା ବ୍ୟାଜ ପରିଧାନ କରି ସେବା ଯୋଗାଇବା ସହ ଶାନ୍ତି ପୁଣ୍ଣ ଭାବେ ପ୍ରତିବାଦ କରାଯିବ ଏହା ପରେ ଯଦି ରାଜ୍ୟ ସରକାର ଦାବି ଉପରେ କୌଣସି ନିଷ୍ପତି ନନିଅନ୍ତି ତେବେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରି ସମୁହ ଛୁଟିରେ ଯିବେ ଓ ମୁଖ୍ୟ ଜିଲା କୃଷି ଅଧିକାରି ଙ୍କ କାଯ୍ୟାଳୟ ସମ୍ମୁଖରେ ସାମୁହିକ ଧାରଣା ଦେବାକୁ ଚେତାବନି ଦିଆଯାଇଛି ।

Leave a Reply

Your email address will not be published. Required fields are marked *