Bhadrakଓଡ଼ିଶା

ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଓ ଜମି ପ୍ରମାଣପତ୍ର ଯୋଗାଇବା ପ୍ରସଙ୍ଗ, ଚାଷୀ ମୂଲିଆ ସଂଘ ପକ୍ଷରୁ ଗଣଧାରଣା ଚେତାବନୀ

ଭଦ୍ରକ : ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଓ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମିର ପ୍ରମାଣପତ୍ର ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି । ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଜିଲାର ଭୂମିହୀନ ଓ ଘରଡିହ ନଥିବା ପରିବାରଙ୍କୁ ପ୍ରତାରଣା କରିଚାଲିଛନ୍ତି । ଏହାର ପ୍ରତିବାଦ କରି ଚାଷୀ ମୂଲିଆ ସଂଘ ଭଦ୍ରକ ଜିଲା କମିଟି ପକ୍ଷରୁ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲାର ଏହି ଅସହାୟ ପରିବାରଙ୍କ ପ୍ରତି ପ୍ରଶାସନର ଅବିଚାର ବିରୁଦ୍ଧରେ ଆସନ୍ତା ତା ୧୬.୦୫.୨୩ ରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ହେବାଯାଏଁ ଦିନରାତି ଗଣଧାରଣା ଦିଆଯିବ ବୋଲି ଚାଷୀ ମୂଲିଆ ସଂଘ ପକ୍ଷରୁ ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ ଭଦ୍ରକ ଜିଲାର ଭଦ୍ରକ ବ୍ଲକ୍ ସମେତ ଭଣ୍ଡାରିପୋଖରୀ, ତିହିଡି, ବନ୍ତ, ଚାନ୍ଦବାଲି ଓ ଅନ୍ୟାନ୍ୟ ବ୍ଲକ୍, ସହରା ଳ ଓ ଗ୍ରାମା ଳରେ ରହୁଥିବା ଭୂମିହୀନ ଓ ଘରଡିହ ନଥିବା ପରିବାରଙ୍କୁ ଘରଡିହ ପଟ୍ଟା ଓ ଜାଗା ମିଶନରେ ଏହି ଜମିର ପ୍ରମାଣପତ୍ର ମିଳିନାହିଁ । ଏ ନେଇ ସଂଘ ପକ୍ଷରୁ ତହସିଲ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଘ ପକ୍ଷରୁ ୧୦ ବର୍ଷ ଧରି ବିଭିନ୍ନ ଅନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଆଜିଯାଏ ସୁଫଳ ମିଳିନାହିଁ । ଘରଡିହ ପଟ୍ଟା ଅଭାବରୁ ରାସ୍ତାକଡରେ , ପୋଲ ତଳେ, ରେଲଲାଇନ୍ ତଳେ, ପଲିଥିନ, ଭଙ୍ଗା ପଲା, ଝୁମ୍ପୁଡି ଘରେ ରହୁଥିବା ଭୂମିହୀନ ପରିବାର ସରକାରଙ୍କ ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାରୁ ବଂଚିତ ହେଉଛନ୍ତି । ବସ୍ତିର ପିଲାମାନେ ଜାତିଗତ ପ୍ରମାଣ ଅଭାବରୁ ପାଠ ପଢିପାରୁନାହାଁନ୍ତି ବୋଲି ସଂଘ ପକ୍ଷରୁ ସୁଶାନ୍ତ ଜେନା, ବଳରାମ ନାୟକ, ସନାତନ କିସ୍କୁ, ସୀତା ଟୁଡୁ, ଗଜେନ୍ଦ୍ର ନାଥ, ହିବାର ବିନ୍ଧାଣୀ ପ୍ରମୁଖ ଆଜି   ଏ ସଂପର୍କରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.

Back to top button