ଓଡ଼ିଶାରାଜନୀତି

ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ଭକ୍ତଙ୍କ ପାଇଁ ଖୁସିଖବର । ଛତିଶାନିଯୋଗ ବୈଠକରେ ନିଆଗଲା ବଡ ନିଷ୍ପତ୍ତି । ଉଭୟ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ କରାଗଲା । ସେବାୟତ ମାନଙ୍କୁ ଆଚରଣ ଓ ଉତ୍ତାରଣ ଧ୍ୟାନ ଦେବାକୁ ଆଲୋଚନା ହୋଇଛି । ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା ୩୦ ରୁ ୧୧ଟା ୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ ।

ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସକାଳେ ପରମାଣିକ ଟିକେଟ ଦର୍ଶନ ହେବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ହାତୀବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ଏହି ସମୟରେ କେହି ସ୍ପର୍ଶ କରିପାରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି ଏବଂ ନୀତିକାନ୍ତି କିଭଳି ଶୃଙ୍ଖଳିତ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published.

Back to top button