ବଦଳିବ ଐତିହାସିକ ଜଗନ୍ନାଥ ସାଗରର ଭାଗ୍ୟ

ଜୟପୁର: ଜୟପୁରବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଐତିହାସିକ ଜଗନ୍ନାଥ ସାଗରର ବିକାଶ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଜଗନ୍ନାଥ ସାଗରର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜୟପୁର ପୌରପାଳିକା ଓ ହାଲ ମଧ୍ୟରେ ଏମଓୟୁ ଚୁକ୍ତିନାମା କରାଯାଇଥିଲା। ଚୁକ୍ତିନାମା ଅନୁଯାୟୀ ଭିତ୍ତିପ୍ରସ୍ତର ମଧ୍ୟ ଦିଆଯାଇଛି ।
ବଦଳିବ ଜୟପୁର ଐତିହାସିକ ଜଗନ୍ନାଥ ସାଗରର ରୂପରେଖ। ଗୋଟିଏ ପାର୍ଶ୍ୱର ବିକାଶ ପାଇ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏସବୁ ଟଙ୍କା ୩ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ହାଲ ଦେବ । ଏହି ଟଙ୍କାରେ ମୁଖ୍ୟ ଗେଟ ନିର୍ମାଣ, ପିଲାମାନଙ୍କ ପାଇ ଚିତ୍ତ ବିନୋଦନ କେନ୍ଦ୍ର, ବରିଷ୍ଠ ନାଗରିକ ବସିବା ସ୍ଥାନ, ଓପନ ଥିଏଟର, ଷ୍ଟେଜ, ଚଲା ପଥ , ଦୂଷିତ ପାଣିକୁ ବନ୍ଦ କରିବା ପାଇ ଡ୍ରେନର ବ୍ୟବସ୍ଥା, କାଫେ ଆଦି କରିଯିବ । ଏପରି କାର୍ଯ୍ୟରେ ହାଲ ସାମିଲ ହୋଇ ୨୦୨୨-୨୩ରେ ୧ କୋଟି, ଦ୍ୱିତୀୟ ବର୍ଷ ୩ କୋଟି ୫୦ଲକ୍ଷ, ତୃତୀୟ ବର୍ଷ ୨ କୋଟି ୫୦ ଲକ୍ଷ ଦେବା ନେଇ ସ୍ଥିର ହୋଇଛି ।
ସେପଟେ ବିଧାୟକ ତାରା ପ୍ରସାଦ ବାହିନୀପତି ସାଗରର ବିକାଶ ପାଇ ବାରମ୍ୱାର ବିଧାନସଭାରେ ଦାବି କରିଥିଲେ। ସାଗରର ବିକାଶ ନିଶ୍ଚୟ ହେବ ବୋଲି ସେ ଜୟପୁରବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଏହାକୁ ଗୁରୁତର ସହ ନେଇ ସାଗରକୁ ଆସି ସମୀକ୍ଷା କରାଯାଇଥିଲା। ଧିରେ ଧିରେ ଜଗନ୍ନାଥ ସାଗରର ରୁପ ରେଖ ବଦଳି ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେବ । ଅତ୍ୟାଧୁନିକ ରୂପେ ସାଗରକୁ ପୁନଃରୁଦ୍ଧାର କରାଯାଇ ନିର୍ମାଣ ହେବ। ଯାହାକି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେବ । ଏହା ଦ୍ୱାରା ଜୟପୁରର ମଧ୍ୟ ବିକାଶ ହେବ। ସାଗରରେ ଦଳ ଓ ପଙ୍କ ଭର୍ତ୍ତି ହେବାରୁ ସହ ସହରର ଦୁଷିତ ପାଣି ସାଗରକୁ ପ୍ରବେଶ କରୁଛି । ଏହାକୁ ପୁନଃରୁଦ୍ଧାର କରିବା ପାଇ ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଥିଲା । ଦୂଷିତ ପାଣି ସାଗର କୁ ଯେପରି ନ ପଶିବ ସେଥିପାଇଁ ସର୍ଭେ କରାଯାଉଛି ।
ଐତିହାସିକ ଜଗନ୍ନାଥ ସାଗରର କିପରି ରୂପରେଖ ହେବ ତାହାକୁ ଚାହିଁ ରହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ।
ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ