ଭୁବନ :ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣକ୍ଷବିଲି ଗ୍ରାମରେ ଗୋଟିଏ ପରିବାର ର ସମସ୍ତ ବ୍ୟକ୍ତି ମାନସିକ ବିକାର ଗ୍ରସ୍ତ ଓ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ଜଗବନ୍ଧୁ ଜରାଶ୍ରମ ଏ ସଂପର୍କ ରେ ଖବର ପାଇ ଦୟଣକ୍ଷବିଲି ଗ୍ରାମ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲା । ସ୍ଥାନୀୟ ସରପଂଚ ଦିଲ୍ଲୀପ କୁମାର ସାହୁ ଙ୍କ ସହ ଆଲୋଚନା କରି ଢ଼େଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ସବିଶେଷ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର ଲିଖିତ ଅଭିଯୋଗ କରି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ଓ ଜଗବନ୍ଧୁ ଜରାଶ୍ରମ ମିଳିତ ଉଦ୍ୟମରେ ମାନସିକ ବିକାର ଗ୍ରସ୍ତ ମହିଳା କୁମ ନାୟକ (୫୮) ଓ ତାଙ୍କ ଝିଅ ସୁକୁମାରୀ ନାୟକ (୨୫) ଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ମିଶନ ଆଶ୍ରାରେ ଥଇଥାନ କରି ସେମାନଙ୍କର ଆଜୀବନ ସମସ୍ତ ଆବଶ୍ୟକତା ର ସୁବନେ୍ଦାବସ୍ତ କରିଥିଲେ । ଜାରାଶ୍ରମ ର ଏତାଦୃଶ କାର୍ଯ୍ୟକୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ବାସ୍ତବରେ ନିରାଶ୍ରୟ ଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଆଶା ଭରସା ଜଗବନ୍ଧୁ ଜରାଶ୍ରମ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now