ଓଏଏସରେ ଉତୀର୍ଣ୍ଣ ହେଲେ ଜୟପୁରର ଝିଅ

Spread the love

ଜୟପୁର : ଓଏଏସରେ ଉତୀର୍ଣ୍ଣ ହେଲେ ଜୟପୁର ଝିଅ ରାମେଶ୍ୱରି ହିକକା । ଜୟପୁର ବ୍ଲକ କୋଲନିରେ ରହୁଥିବା ବେଳେ ସ୍ୱର୍ଗତ ହିକକା ରାମ ନାୟକଙ୍କ ଝିଅ ହେଉଛନ୍ତି ରାମେଶ୍ୱରି । ବାପା ରାମ ପିଇଓ ଭାବେ କାଯ୍ୟ କରୁଥିବା ବେଳେ ଗତ ୨୦୧୨ ମସିହାରେ ମୃତ୍ୟୁ ବରଣ କରିଥିଲେ । ପରେ ତାଙ୍କ ମା ଏଚ ଉମା ମହେଶ୍ୱରିଙ୍କୁ ପିଅନ ଭାବେ ସରକାରି ନିଯୁକ୍ତି କରିଥିଲେ । ବର୍ତ୍ତମାନ ଏଚ. ଉମା ମହେଶ୍ୱରି ଜୟପୁର ବ୍ଲକର ପିଅନ ଭାବେ କାଯ୍ୟ କରୁଛନ୍ତି । ରାମେଶ୍ୱରି ନବୋଦୟରେ ପାଠ ପଢିଥିବା ବେଳେ ଯୁକ୍ତ ୩ କଳା ବିକ୍ରମ ଦେବ କଲେଜରେ ଅଧ୍ୟୟନ କରୁଥିଲେ । ଉତ୍କଳ ୟୁନିଭରସିଟିର ପିଜି ଇଁରାଜିରେ କରିଥିବା ସେ ସୁଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୮ ଘଣ୍ଟା ପରିଶ୍ରମ କରୁଥିଲେ ରାମେଶ୍ୱରି । ରାମେଶ୍ୱରି ବଡ ଝିଅ ହୋଇଥିବା ବେଳେ ତାଙ୍କର ୨ ସାନ ଭାଇ ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *