
ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ। ସୂଚନା ଆନୁଯାୟୀ ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ ୧୦୮ ଆମ୍ୱୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିବା ବେଳେ ଆମ୍ୱୁଲାନସଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପିଡ଼ିଥିଲା। ପରେ ସ୍ଥାନୀୟ ଲୋକେ ଆମ୍ୱୁଲାନ୍ସରୁ ରୋଗୀ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଯାଜପୁର ଟାଉନକୁ ପଠାଇଥିଲେ। ତେବେ ଏହି ଦୁର୍ଘଟଣାରେ କିଛି ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡିଛି। ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଁଚି ଆମ୍ୱୁଲାନ୍ସଟିକୁ ପୋଖରୀରୁ ଉଦ୍ଧାର କରିଛି।