ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ସମେତ ଏହି ଘଟଣାରେ ଜଡ଼ିତ ଅନ୍ୟ 5 ଜଣ କୋର୍ଟ ଚାଲାଣ

Spread the love

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଗିରଫ। ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରେ ସରକାରୀ ଜମିରୁ ମୋରମ ଓ ମାଟି ଚୋରା ଚାଲାଣ ଅଭିଯୋଗରେ ଗିରଫ। ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା। ଗତକାଲି ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରାମ ଓ ମାଟି ଉଠାଯାଉଥିବା ବେଳେ ଖବର ପାଇ ଧର୍ମଶାଳା ତହସିଲ ଓ ପୋଲିସ ପ୍ରଶାସନ ଚଢ଼ାଉ କରିଥିଲା। ଏହି ସମୟରେ ଏକ ଜେସିବି ମେସିନ ସହ ୫ଟି ଟ୍ରାକ୍ଟର ଜବତ କରାଯାଇଥିଲା। ଏଥିସହ ୫ଜଣ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ତେବେ ସର୍ବେଶ୍ୱରଙ୍କ ଜମିରେ ଏହି ମୋରମ ଓ ମାଟି ପକାଯିବା ପାଇଁ ବେଆଇନ ଭାବେ ଉଠାଯାଉଥିବା ଜଣାପଡିଥିଲା। ତେବେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କ ଅଭିଯୋଗକ୍ରମେ ଆଜି ସକାଳୁ ଧର୍ମଶାଳା ପୋଲିସ ସର୍ବେଶ୍ୱରକୁ ଗିରଫ କରିବା ସହ ଅଟକ ଥିବା ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସର୍ବେଶ୍ୱର ଅନେକ ସମୟରେ ବିଭିନ୍ନ ବେଆଇନ କାର୍ଯ୍ୟକୁ ନେଇ ସ୍ୱର ଉଠାଇ ଆସୁଥିବା ବେଳେ ନିଜେ ବେଆଇନ କାର୍ଯ୍ୟ କରି ଗିରଫ ହେବା ଧର୍ମଶାଳା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *