ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ : ବିଜେପି ଛାଡିଲେ ଯୁବ ନେତା ଓ ସଂଗଠକ

Spread the love

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ପାଉଛି । ଏହିକ୍ରମରେ ଆଜି ଧର୍ମଶାଳା ବ୍ଲକ ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ୧୧ନଂ ଜୋନରୁ ବିଜେପି ଛାଡି ବିଜେଡିରେ ବହୁ ଯୁବ ନେତା,ଯୁବ ସଂଗଠକ ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଆଜି ପୂର୍ବାହ୍ନରେ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରାଇଛନ୍ଦା ପଂଚାୟତର ସଭାପତି ଅରୁଣ କୁମାର ଲେଙ୍କା,୧୧ ନଂ ଜେନା ମିଡିଆ ମିଡିଆସେଲର ଆଲୋକ ବେହେରା ଓ ପଂଚାୟତ ଉପସଭାପତି ଅବିନାଶ ସାହୁଙ୍କ ତତ୍ୱବଧାନରେ ବହୁ ସଂଖ୍ୟକ ବିଜେପି କର୍ମୀମାନେ ବିଧିବଦ୍ଧଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଶୁକଦେବ ଲେଙ୍କା,ମନମୋହନ ଲେଙ୍କା,ସନ୍ତୋଷ ଲେଙ୍କା,ବାବୁଲି ମଲିକ,ଗଗନ ସ୍ୱାଇଁ,ରୁଦ୍ର ମଲିକ,ଶରତ ମହ୍ଲ,ପ୍ରଭାତ ପ୍ରଧାନ,ମଣିନାଥ ବାରିକ,ପବିତ୍ର ରାଉତ,ସୁଶାନ୍ତ ମଲିକ,ଅଶୋକ ସାମଲ,ଦିପକ ମଲିକ,ବୁଲୁ ରାଉତ,ସୁମନ ସାହୁ,ଚିତ ମହ୍ଲ,ଭରତ ସାହୁ ଓ ଚନ୍ଦନ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀଯୁକ୍ତ ବଳବନ୍ତରାୟ ସେମାନଙ୍କ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଧର୍ମଶାଳା ବିଜେଡି ବ୍ଲକ ସଭାପତି ଜଳଧର ମହାନ୍ତି,ବରିଷ୍ଠ ବିଜେଡି ନେତା ଉତ୍କଳ ଦାସ,୧୧ନଂ ଜୋନ ଜିଲା ପରିଷଦ ସଭ୍ୟ ସୁଧାଶୁଂ ଭୂଷଣ ସାହୁ,ଜୋନ ସଂଯୋଜକ ବିକାଶ ଦାସ,ରାଇଛନ୍ଦା ପଂଚାୟତ ସଭାପତି ରବିନ୍ଦ୍ର ସାହୁଙ୍କ ସମେତ ବିିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *