ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଅନ୍ତର୍ଗତ ବରହମପୁର ନିକଟସ୍ଥ ବ୍ରାହ୍ମଣୀ ନଦରୁ ଗତକାଲି ଅପରାହ୍ନରେ ଏକ ବିରାଟକାୟ ମାଛ ଉଦ୍ଧାର ହୋଇଛି । ଯାହାକୁ ଦେଖିବା ଲାଗି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ବ୍ରାହ୍ମଣୀ ନଦୀର ଜେନାପୁର ବରହମପୁରସ୍ଥିତ ଦଳିତ ସାହି ଛନ୍ଦା ନିକଟରେ କିଛି ଧୀବରମାନେ ନଦୀରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଜାଲରେ ଏକ ବିରାଟକାୟ ମାଛ ଲାଗି ଯାଇଥିଲା । ଏହା କଳାସରନ୍ଦା ମାଛ ବୋଲି ଜଣାପଡିଛି । ଏହାର ଓଜନ ୩୦ କିଲୋରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଯାହାକୁ ଦେଖିବା ଲାଗି ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now