ରାଜରାସ୍ତା ଷ୍ଟ୍ରିଟ୍‌ଲାଇଟ କାହା ସ୍ୱାର୍ଥରେ

Spread the love

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଦେଇ ଯାଇଛି ୧୬ ନଂ ଜାତୀୟ ରାଜପଥ । ଅନେକ ସ୍ଥାନରେ ଗଳି ପୋଲ ଓ ଓଭର ବ୍ରିଜ ରହିଛି । ଏହି ଜାତୀୟ ରାଜପଥ  ଉଭୟ ପାଶ୍ୱର୍ରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ବହୁ ଦିନ ଧରି ଜଳୁ ନଥିବା ଦେଖିବାକୁ ମିଳିଛି । ଫଳରେ ଉଭୟ ପାଶ୍ୱର୍ରେ ଯାତାୟତ ସମୟରେ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜାରକା ବଜାର ଅଞ୍ଚଳରେ ଏହି ଲାଇଟ୍ ଜଳୁ ନାହିଁ । ମରାମତି ଓ ବିଦ୍ୟୁତ୍ ବିଲ ପୈଠ ହୋଇ ନଥିବାରୁ ଲାଇଟ ଜଳୁନି ତାହା ଜଣାପଡି ନାହିଁ । ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଏହି ରାସ୍ତାମାନଙ୍କରେ ଆଲୋକକିରଣର ବ୍ୟବସ୍ଥା କରାଯାଇଥିଲା । କିଛି ଦିନ ଲାଇଟ୍ ଜଳିବା ପରେ ଏହା ଏବେ ବନ୍ଦ ହୋଇ ଯାଇଛି । ଜାରକା ବଜାରରେ ନିମ୍ନମାନର ଲାଇଟ ଲାଗିଥିବାରୁ ଏହା ଏବେ ଅଚଳ ହୋଇଯାଇଥିବା ନେଇ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଏହି ସବୁ ଅଞ୍ଚଳକୁ ପୂର୍ଣ୍ଣ ଆଲୋକିକରଣ କରିବାକୁ ବିଭିନ୍ନ ମହଲରୁ ଦୃଢ ଦାବି ହେଉଛି ।

Leave a Reply

Your email address will not be published. Required fields are marked *