ଯାଜପୁର

ଏକକାଳୀନ ୩ ବିଷାକ୍ତ ସାପ ସହ ୨୫ରୁ ଉର୍ଦ୍ଧ୍ୱ ଅଣ୍ଡା ଉଦ୍ଧାର

କୋରେଇ : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅର୍ନ୍ତଗତ ପଥରପଦା ପଂଚାୟତ ଅନ୍ତର୍ଗତ ମହମ୍ମଦ ଜମାଲପୁର (ଅଢେଇବାଟିଆ) ଗ୍ରାମରୁ ଗୋଟିଏ ସ୍ଥାନରୁ ୩ଟି ବିଷାକ୍ତ ସାପ ସହ ୨୫ରୁ ଉର୍ଦ୍ଧ୍ୱ ଅଣ୍ଡା ଉଦ୍ଧାର କରାଯାଇଛି । 

ପ୍ରକାଶ ଯେ, ଅଢେଇବାଟିଆ ଗ୍ରାମର ଗୋକୁଳାନନ୍ଦ ସାହୁ ଆଜି ତାଙ୍କ ବାଟି ପଛପଟେ ପାଚେରୀ ନିର୍ମାଣ କରିବାକୁ ଯାଉଥିବା ବେଳେ ସେଠାରେ ଗଚ୍ଛିତ ଇଟା ମଧ୍ୟରୁ ସାପ ଗର୍ଜ୍ଜନ ଶୁଣି ଶ୍ରମିକ ମାନେ ଭୟଭୀତ ହୋଇ ଗୋକୁଳାନନ୍ଦକୁ ଖବର ଦେଇଥିଲେ । ସେ ସେଠାରେ ପହଂଚି ଇଟା ମଧ୍ୟରେ ସାପ ଥବା ଜାଣି କାମ ବନ୍ଦ କରି ପାଣିକୋଇଲି ଥାନାକୁ ଖବର ଦେଇଥିଲେ । ଖବର ପାଇ କନେଷ୍ଟବଳ ମନମୋହନ ବାରିକ ଘଟଣାସ୍ଥଳରେ ପହଂଚିଥିଲେ । ସେଠାରେ ପହଂଚି ଦେଖିବା ବେଳକୁ ୨୫ରୁ ଉର୍ଦ୍ଧ୍ୱ ସାପ ଅଣ୍ଡା ଦେଖିବାକୁ ପାଇଥିଲେ । ଫଳରେ ସେ ଏକାଧିକ ସାପ ଥିବାର ଆଶଙ୍କା କରିଥିଲେ । ଅଣ୍ଡା ଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ସାପ ଧରିଥିଲେ । ସେଠାରୁ ଏକକାଳୀନ ୩ଟି ବଡ ୫ ଫୁଟରୁ ଉର୍ଦ୍ଧ୍ୱ ସାପ ଧରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୋଟିଏ ନାଗ ସାପ ଥିବା ବେଳେ ୨ଟି ତମ୍ପ ସାପ ଉଦ୍ଧାର କରାଯାଇଥିଲା । ସାପ ଗୁଡିକୁ ଧରା ହେବା ବେଳେ ଦେଖିବା ପାଇଁ ଶତାଧିକ ଲୋକଙ୍କ ରୁଣ୍ଡ ହୋଇଥିଲେ । ପରେ ତିନୋଟି ଜାରରେ ସାପ ଗୁଡିକୁ ଧରି ଆଣିବା ପରେ ଏକ ନିକାଂଚନ ସ୍ଥାନରେ ସେମାନଙ୍କୁ ଛଡାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button