ଯାଜପୁର
ଭାଲୁ ଆକ୍ରମଣ, ଜଣେ ଗୁରୁତର

ଯାଜପୁର: ଯାଜପୁରର ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ଆହାତ ହୋଇଥିବା ସୂଚନା ମିଳିଛି। 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତକୁ ସ୍ଥାନାନ୍ତର କରାଯାଇଛି। ତେବେ ଆଜି ସକାଳୁ ରାଇଛନ୍ଦା ଗାଁର ବଟ ସାହୁ ନାମକ ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।