ଯାଜପୁର
ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ୱର୍ଦ୍ଧନା

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ସାମଲଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଉମେଶ ସାହୁ, ସମାଜସେବୀ ସୁଶାନ୍ତ କୁମାର ରାଉତରାୟ, ସରପଞ୍ଚ ସନ୍ତୋଷ ମଲ୍ଲିକ ପ୍ରମୁକ ଯୋଗ ଦେଇଥିଲେ। ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଗଣିତରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରୀ ସୌମ୍ୟରାଣୀ ପଣ୍ଡାଙ୍କୁ ପ୍ରମୋଦ ଆୱାର୍ଡ ଦିଆଯାଇଛି। ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ ସମାଜସେବୀ ବିଘ୍ନରାଜ କରଙ୍କ ତରଫରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି।