ଧର୍ମଶାଳା : ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟମାନଙ୍କର ଉନ୍ନତିରେ ସହାୟକ ହୋଇଛି । ଏହି କ୍ରମରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ଥଙ୍ଗା ପଞ୍ଚାୟତସ୍ଥ ତୋରଡ ଉଚ୍ଚ ବିଦ୍ୟାଳୟ ୪ର୍ଥ ପାର୍ଯ୍ୟାୟରେ ରୂପାନ୍ତରିକରଣରେ ସାମିଲ ହୋଇଛି । ଅବିଭାବକ,ପଞ୍ଚାୟତବାସୀ ,ବ୍ଲକ ପ୍ରଶାସନ ଓ ସ୍ଥାନୀୟ ନେତୃମଣ୍ଡଳୀ ଏନେଇ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ସାମିଲ ହୋଇଥିବାରୁ ବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ବେଶ ଉପଯୋଗୀ ହୋଇପାରିବ । ଆଜି ବିଦ୍ୟାଳୟ ପରିସରରେ ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଅବନୀକାନ୍ତ ସାହୁ,ସହକାରୀ ଯନ୍ତ୍ରୀ ସୋନାଲି ଧଳ, କନିଷ୍ଠ ଯନ୍ତ୍ରୀ ସୁଚିସ୍ମିତା ବିଶ୍ୱାଳ, ସରପଞ୍ଚ ପ୍ରତିଭା ମଲିକ, ସମିତିସଭ୍ୟା ପୁନି ମଲିକ, ଗୋଲକ ଚନ୍ଦ୍ର ପାଢୀ, ସୁ ରେନ୍ଦ୍ର ମଲିକଙ୍କ ସମେତ ପଞ୍ଚାୟତର ବହୁ ମୁରବୀ, ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମଚାରୀ , ପରିଚାନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଅବିଭାବକ ଉପସ୍ଥିତ ରହି ସହଯୋଗ କରିବା ସହିତ ବିଧାୟିକା ଶ୍ରୀମତି ଦାସଙ୍କୁ କୃତଜ୍ଞତା ଜଣାଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now