ଯାଜପୁର

ବସୁଧା ପ୍ରକଳ୍ପ ଥାଇ ମଧ୍ୟ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ

ଯାଜପୁର : କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଞ୍ଚାୟତରେ ବସୁଧା ପକଳ୍ପ ଥାଇ ମଧ୍ୟ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଗାଁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ନଳକୂପ ପାଖରେ ମହିଳାଙ୍କ ଧାଡ଼ି ଲାଗୁଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲୁକୁଳି ପଂଚାୟତ କରାଣ୍ଡିପୁର ଗ୍ରାମରେ । ଗ୍ରାମରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟେ ନଳକୂପରେ ଲୁଣାପାଣି ଆସୁଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ ରୁ ଉର୍ଦ୍ଧ ପରିବାର l ପଂଚାୟତରେ ବସୁଧା ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଉପଯୋଗୀ ହୋଇପାରିନି । ବସୁଧା ଯୋଜନାରେ ପାଇପ ଲାଇନ ଯୋଗେ ପାଣି ଆସୁ ନଥିବା ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରିନି । ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ଦାବି ହୋଇଛି।

Related Articles

Leave a Reply

Your email address will not be published.

Back to top button