ଓଡ଼ିଶାଭୁବନେଶ୍ୱର

ରାଜଧାନୀରେ ଧୂମଧାମରେ ଜନ୍ମାଷ୍ଟମୀ ପାଳନ

ଭୁବନେଶ୍ବର: ଆଜି ପବିତ୍ର ଜନ୍ମାଷ୍ଟମୀ । ଏ ନେଇ ଉତ୍ସବ ମୁଖର ହୋଇଉଠିଛି  ଗାଁଠୁ ସହର । ଏହି ଅବସରରେ ରାଜଧାନୀର ବିଭିନ୍ନ ମନ୍ଦିରରେ ବଡ ଧୂମଧାମରେ ଜନ୍ମାଷ୍ଟମୀ ପାଳନ କରାଯାଇଛି ।

ଭାଦ୍ରବ  କୃଷ୍ଣପକ୍ଷ  ଅଷ୍ଟମୀ ତିଥିରେ ମଥୁରାରେ ଦେବକୀ ବାସୁଦେବଙ୍କ କୋଳ ମଣ୍ଡନ କରିଥିଲେ ଭଗବାନ  ଶ୍ରୀକୃଷ୍ଣ  । ତେଣୁ ଆଜିର ଦିନକୁ ପବିତ୍ର ଜନ୍ମାଷ୍ଟମୀ ଭାବେ  ପାଳନ କରାଯାଏ ।  ବିଶ୍ୱାସ ରହିଛି  ଆଜିର ଦିନରେ  ଭଗବାନ  ଶ୍ରୀକୃଷ୍ଣଙ୍କ ନାମ  ଜପ  କଲେ , କୋଟି ଜନ୍ମର ପୂଣ୍ୟ ମିଳିଥାଏ ।  କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେବ  ପର୍ବ ପାଳନ ଫିକା ପଡିଥିଲା । ହେଲେ ଚଳିତ ବର୍ଷ  କୋଭିଡ଼ କଟକଣା କୋହଳ ଥିବାରୁ  ରାଜଧାନୀ  ଇସ୍କନ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି।  ଝୁଲଣରେ  ଝୁଲୁଛନ୍ତି ନନ୍ଦଲାଲ । ଆଉ    ଅତି ଶ୍ରଦ୍ଧାର ସହ  ଝୁଲାଇ ଦେଉଛନ୍ତି ନିଜ କୁନି ଠାକୁରଙ୍କୁ l

ଜନ୍ମାଷ୍ଟମୀ ପାଇଁ ଯେ କେବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି  ତାହା ନୁହଁ ,  ଛୋଟ  ଛୋଟ  ଛୁଆ ମାନେ ପ୍ରଭୁଙ୍କ ଲୀଳା ବିଷୟରେ ଜାଣିବା  ପାଇଁ କୃଷ୍ଣଙ୍କ ବେଶରେ ଆସି  ମନ୍ଦିରରେ  କହଂଚିଛନ୍ତି । ପୁଅ ମାନେ  କୃଷ୍ଣ  ଓ ଝିଅ  ମାନେ  ରାଧା  ବେଶରେ ସଜେଇ  ହୋଇଛନ୍ତି  l ଏହା ସହ ପିଲାମାନଙ୍କ  ପାଇଁ ବିଭିନ୍ନ ପ୍ରତିଯୋଗିତାର  ଆୟୋଜନ  କରାଯାଇଛି ।  ଯାହା ଦ୍ୱାରା ଆଜିର  ଆଧୁନିକ ଯୁଗରେ ପିଲାମାନଙ୍କ  ମନରେ ଆଧ୍ୟାତ୍ମିକ ଚେତନା  ଜାଗ୍ରତ  ହୋଇ ପାରିବ  l ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟି ରେ ରଖି  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସ୍ୱରୂପା  ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button