Jharsuguda
ବେଷ୍ଟ ମଡେଲ ଟାଇଟେଲ ହାତେଇଛନ୍ତି ଓଡିଆ ମହିଳା

ବେଷ୍ଟ ମଡେଲ ଟାଇଟେଲ ଆୱାର୍ଡ ହାତେଇଛନ୍ତି ଓଡିଆ ମହିଳା। ଦିଲ୍ଲୀରେ ଆୟୋଜିତ ହୋଇଥିଲା “ମାଷ୍ଟର୍ସ ଅଫ୍ ଟପ୍ ପ୍ରୋଫେସିନାଲ ଗୋଲ୍ଡେନ ୱିଙ୍ଗ୍ସ ଆୱାର୍ଡ” । ଏହି ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ ହାତେଇଛନ୍ତି ଝାରସୁଗୁଡ଼ାର ପ୍ରୀୟାନ୍ସି ତନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଅନେକ ସୁପର ମଡେଲ ଭାଗ ନେଇଥିଲେ। ତେବେ ସେମାନଙ୍କୁ ପଛରେ ପକାଇ ଏହି ଆୱର୍ଡ ଜିତି ବେସ ଖୁସି ପ୍ରକାଶ କରିଛନ୍ତି ପ୍ରିୟାନ୍ସି। ପ୍ରୀୟାନ୍ସି ଜଣେ ଗୃହିଣୀ ଅଟନ୍ତି। ପିଲାବେଳୁ ତାଙ୍କର ମଡେଲ ହେବାକୁ ଇଚ୍ଛା । କିନ୍ତୁ ସେ ଏକ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିବାରୁ ତାଙ୍କର ଏହି ଇଚ୍ଛା ଅଧୁରା ରହିଯାଇଥିଲା । କିନ୍ତୁ ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହଯୋଗରେ ଝାରସୁଗୁଡ଼ାରେ ଆୟୋଜିତ ଏକ ବିୟୁଟି ଏକ୍ସପୋରେ ଭାଗ ନେଇ ରନର ଅଫ୍ ଟାଇଟଲ ପାଇଥିଲେ। ଏହାପେର ସେ ହାର ନ ମାନି ଦିଲ୍ଲୀରେ ଆୟୋଜିତ “ମାଷ୍ଟର୍ସ ଅଫ୍ ଟପ୍ ପ୍ରୋଫେସିନାଲ ଗୋଲ୍ଡେନ ୱିଙ୍ଗ୍ସ ଆୱାର୍ଡ” ରେ ଭାଗ ନେଇ ସେ ବେଷ୍ଟ ମଡେଲ ଟାଇଟେଲ ଜିତିଛନ୍ତି।