ରାଜ୍ଯ ସରକାରଙ୍କ ନିଯୁକ୍ତି ମେଳା

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ। ୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ଦେଇ କହିଥିଲେ ଯେ, ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଚାକିରୀ ପାଇଛନ୍ତି, ତାଙ୍କ ସେବା ସବୁବେଳେ କରୁଥିବେ, ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେନାହିଁ। ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ ଭୁଲିବେ ନାହିଁ। ସୁଚନାଯୋଗ୍ୟ ଯେ, ଭୁବନେଶ୍ୱର ରେଳ ଅଡିଟୋରିୟମ ଠାରେ ୭ଟି ବିଭାଗରେ ୧୨୯୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକତ୍ତୋର ଶିକ୍ଷକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ ମନୋବିଜ୍ଞାନୀ, ମନସ୍ତତ୍ୱ ସାମାଜିକ କର୍ମୀ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବୀକୁ ମିଶାଇ ସମୁଦାୟ ୨୨୪ଟି ପଦବୀ, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନୀରିକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ସମୁଦାୟ  ୬୩ଟି ପଦବୀ, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ ପଦବୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ୪୯ଟି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀ, ଅବକାରୀ ବିଭାଗର ୩୨ଟି ଅବକାରୀ   ଉପନିରୀକ୍ଷକ ପଦବୀ, ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।  ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ଆମର ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବିଧାନସଭାରେ ବିଲ ପାରିତ କରି ଆକ୍ଟ ପ୍ରଣୟନ କରିଛୁ। ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଚାକିରୀ ବୟସ ସୀମାକୁ ମଧ୍ୟ ଆମେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ସବୁ ନବନିଯୁକ୍ତଙ୍କୁ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ନିଜ ମାଆଙ୍କ ନାମରେ ଏକ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମେ ସମସ୍ତେ ସାଧାରଣ ଲୋକଙ୍କ ପାଇଁ କାମ କରୁଛେ। ଭଲ କାମ କରନ୍ତୁ, ନୂଆ ଓଡିଶା ନିର୍ମାଣରେ ଆପଣ ମାନଙ୍କ ଭଲ ଉଦ୍ୟମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।  ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀପ୍ରଭାତୀ ପରିଡା କହିଥିଲେ ଯେ, ନିଯୁକ୍ତି ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି। ଆମେ ସମସ୍ତେ ଲୋକଙ୍କ ଟିକସ ପଇସାରେ ଚାକିରୀ କରି ପଇସା ପାଉଛେ, ତେଣୁ ଆମ ସମସ୍ତଙ୍କୁ ଲୋକଙ୍କ ସେବକ ଭାବେ କାମ କରିବା ଉଚିତ୍।  ଆପଣ ମାନେ ଆମ ବିକଶିତ ଓଡିଶାର ବାହକ। ଆସନ୍ତୁ ଆମେ ସମସ୍ତେ ମିଶି ସରକାରଙ୍କ ଟିମ୍ ଭାବେ ଲୋକଙ୍କ ସେବା କରିବା । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଲେ ଯେ ଗୋଟିଏ ବର୍ଷ ମଧ୍ୟରେ ଆମେ ଯାହା କଥା ଦେଇଥିଲୁ ତାହା ରଖିଛୁ। ସୁଶାସନ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ ଏହି ନିଯୁକ୍ତି କାର୍ଯ୍ୟକ୍ରମ କରୁଛୁ। ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଓଡିଶାରେ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏବଂ ପ୍ରତ୍ୟେକ ବିଭାଗକୁ ସଶକ୍ତି କରିବା ପାଇଁ ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *