ଟ୍ରେନରୁ ୩ ଘଣ୍ଟା କୁଆଡ଼େ ଗାଏବ ହୋଇଯାଇଥିଲେ ଜୁଏଲ?

‘ଟ୍ରେନରୁ ୩ ଘଣ୍ଟା କୁଆଡ଼େ ଗାଏବ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ଅଚାନକ ଗାଏବ ହେବାକୁ ନେଇ ଚାରିଆଡ଼େ ହଇଚଇ ଖେଳିଯାଇଥିଲା। ତା ପର ଦିନ ୧୬୨ କିଲୋମିଟର ଦୂରରେ ମିଳିଥିଲେ ଜୁଏଲ। ଅଚାନକ ଟ୍ରେନରୁ ଗୋଡ଼ ଖସିଯିବାରୁ ଜୁଏଲ ତଳେ ପଡ଼ିଯାଇଥିଲେ। ଶନିବାର ଗୋଣ୍ଡଓ୍ୱାନା ଏକ୍ସପ୍ରେସରେ ଜବଲପୁର ଯାଉଥିଲେ ଜୁଏଲ। ଦମୋହ ଷ୍ଟେସନରେ ପହଞ୍ଚିବା ପରେ ମନ୍ତ୍ରୀଙ୍କ ସୁଗାର ଲେବୁଲ ଲୋ ହୋଇଯାଇଥିଲା। ଏହା ପରେ ସେ ଟ୍ରେନରୁ ଓହ୍ଲାଇ ଖୋଲା ପବନରେ ବିଚରଣ କରିବାକୁ ଲାଗିଥିଲେ। କିନ୍ତୁ ଏହାରି ଭିତରେ ଟ୍ରେନ୍ ଛାଡ଼ିଦେଲା। ଆଉ ମନ୍ତ୍ରୀ ପ୍ଲାଟଫର୍ମରେ ହିଁ ରହିଗଲେ। ଯଦିଓ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରିଥିଲେ, କିନ୍ତୁ ତାଙ୍କ ଗୋଡ଼ ଖସିଯାଇଥିଲା। ଆଉ ସେ ତଳେ ପଡ଼ିଯାଇଥିଲେ। ସୌଭାଗ୍ୟବଶତଃ ସାମାନ୍ୟ ଆହତ ହୋଇଥିଲେ ଜୁଏଲ। ପ୍ରାୟ ୩ ଘଣ୍ଟା ଧରି ଟ୍ରେନ୍ ଟ୍ରାକରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହାର ୩ ଘଣ୍ଟା ପରେ ପ୍ରାୟ ୧୬୨ କିଲୋମିଟର ଦୂର ସିହୋରା ଷ୍ଟେସନରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର କୋଚି ବି-୩ ର ୫୭ ନମ୍ୱର ବର୍ଥରେ ମିଳିଥିଲେ। ଗୋଣ୍ଡଓ୍ୱାନା ଏକ୍ସପ୍ରେସରେ ଚଢ଼ି ନ ପାରିବାରୁ ମନ୍ତ୍ରୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଚଢ଼ିଥିଲେ। କିନ୍ତ ସୁଗାର ସ୍ତର କମିବା କାରଣରୁ ସେ ବେହୋସ ହୋଇପଡ଼ିଥିଲେ। ଚେତା ଫେରିବା ପରେ ନିଜକୁ ସିହୋରା ଷ୍ଟେସନରେ ଥିବା ଜାଣିବାକୁ ପାଇଥିଲେ। ତାଙ୍କର ହାତ ଗୋଡ଼ରେ କ୍ଷତ ଚିହ୍ନ ଥିଲା। କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଚେସନରେ ଥିବା ଜାଣି ରେଲଓ୍ୱେ ଷ୍ଟାଫ୍ ଓ ଆରପିଏଫ ତୁରନ୍ତ ପହଞ୍ଚିଥିଲେ। ଆଉ ପ୍ରାଥମିକ ଚିକିତ୍ସା ପରେ ଜବଲପୁର ଯାଇଥିଲେ ଜୁଏଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *