ଢେଙ୍କାନାଳରେ କାଳବୈଶାଖୀ ତାଣ୍ଡବ। ପରଜଙ୍ଗ ଥାନା ବସୋଈ ଗ୍ରାମର ହରିଜନ ବସ୍ତିରେ ବଜ୍ରପାତରେ ୪ ବଖରା ଘର ସମ୍ପୂର୍ଣ ଜଳିଯାଇଛି l ସୂଚନା ମୁତାବକ, ବସୋଈ ଗ୍ରାମର ଟିକାୟତ ନାଏକ ତାଙ୍କ ପୁଅ ଅରୁଣ ଓ ମୁନା ନାଏକଙ୍କ ଘରେ ଥିବା ସମୟରେ ହଠାତ କଳାବୈଶାଖୀ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଚାରି ବଖରା ଚାଳ ଘର ସମ୍ପୂର୍ଣ ଜଳିଯିବା ସହ ସବୁ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now