Kalahandiଘଟଣା

ହାତୀ ଆକ୍ରମଣରେ ମହିଳା ଗୁରୁତର

କଳାହାଣ୍ଡି : ଜଙ୍ଗଲି ହାତୀ ଆତଙ୍କ। ହାତୀ ଆକ୍ରମଣ ରେ ବୃଦ୍ଧ ଏବଂ ମହିଳା ଗୁରୁତର। ନର୍ଲା ରେଞ୍ଜ ଅନ୍ତର୍ଗତ ପଲସାପଡ଼ା ସ୍ଥିତ ବ୍ରୁଡୀପଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା। ସେହି ଗ୍ରାମର ୭୫ ବର୍ଷୀୟ ଜୈନିକ ବୃଦ୍ଧ ସକାଳ ୬ଟା ସମୟରେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ବୃଦ୍ଧଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଅନ୍ୟପଟେ କେରାଣ୍ଡିଖୁଣ୍ଟି ଗ୍ରାମର ଦୀପାଞ୍ଜଳୀ ଗଉଡ଼ ୨୫ ବର୍ଷୀୟ ମହିଳାଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଛି। ତେବେ ସେ ସ୍ଥାନୀୟ ନାଳକୁ ସକାଳ ୭ ଘଣ୍ଟା ସମୟରେ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳାଙ୍କ ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି।

Related Articles

Leave a Reply

Your email address will not be published.

Back to top button