ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ବିଜେଡି ଯୁବନେତା ମଣ୍ଟୁ ନାଏକ

Spread the love

ଭବାନୀପାଟଣା : ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ ପାଲସିଝରନ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ। ଆଜି ପାଲସିଝରନ ପଞ୍ଚାୟତର ଘୁଷୁରିଗୁଡି, ତେନ୍ତୁଲିଚୁଆଁ, ପାଲସିଝରନ, ଡୁଙ୍ଗିପୁଙ୍ଗା, ଭିକାଝରନ, ଖୋଲାଣ୍ଡି ପ୍ରମୁଖ ଗାଁ କୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଇବା ସହ ଶହ ଶହ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ମଣ୍ଟୁ ନାଏକ। ତୃଣମୂଳ ସ୍ତରରେ ଯୁବ ସଂଗଠନ କିଭଳି ଆହୁରି ମଜଭୂତ ହୋଇପାରିବ ଏବଂ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ ସେହି ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ ଆଲୋଚନା କରୁଛନ୍ତି। ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ କିଭଳି ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତଙ୍କୁ ସଂକଳ୍ପ ନେବା ପାଇଁ ଶ୍ରୀ ନାଏକ ଆହ୍ବାନ ଦେଇଛନ୍ତି। ଏହା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ଭିଡ଼ିଓ କଲ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ଛୋଟ ଛୋଟ ସମସ୍ୟାର ସମାଧାନକୁ ମଧ୍ୟ ଗୁରୁତ୍ଵ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ବିଭିନ୍ନ ଅଧିକାରୀଙ୍କ ସହ ଗାଁ ରେ ଥାଇ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ଏହି ସମୟରେ ତାଙ୍କ ସହ ପୂର୍ବତନ ସରପଞ୍ଚ ତଥା ପାଲସିଝରନ ବିଜେଡ଼ି ପଞ୍ଚାୟତ ସଭାପତି ଦିପକ ରଞ୍ଜନ ବୁଦ୍ଧିଆ, ସମିତି ସଭ୍ୟ ବିଦ୍ୟା ହରିଜନ, ପୂର୍ବତନ ନାଏବ ସରପଞ୍ଚ ଦୁର୍ଗା ବାଗ, ଓ୍ବାର୍ଡମେମ୍ବର ପାଣି ମାଝୀ, ଭାଗୀରଥି ମାଝି, ଅଗସ୍ତି ମାଝୀ, ଉଦ୍ଧାବ ଶବର, ଯୁବ ନେତା ନବୀନ ନାୟକ, ବୈଚନ୍ଦ୍ର ମାଝୀ ତଥା ସ୍ଥାନୀୟ ମହିଳା ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *