Kalahandi

ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ

ମୁଖୀଗୁଡା : ବଜ୍ରାଘାତରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି।

ଆଜି ପୂର୍ବହ୍ନ ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମୁଣ୍ଡୁରାଗୁଡା ଗ୍ରାମର କମଳା ନାଏକ ( ୨୦) ଖାଦ୍ୟ ଧରି ଗାଁ ପୋଖରୀକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ପଙ୍କ ଉଦ୍ଧାର କାମ କରିବାକୁ ଯାଇଥିବା ବାପା ମା ଙ୍କୁ ଦେବାକୁ ଯାଇଥିଲେ । ସେଠାରେ ବର୍ଷା ହେବାରୁ ଘରକୁ ଫେରିବା ବେଳେ ଗାଁ ମନ୍ଦିର ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଉଛି ।

Related Articles

Leave a Reply

Your email address will not be published.

Back to top button