Kandhamal

୨୭ କ୍ୱିଣ୍ଟାଲ ଚୋରା ମହୁଲ ଜବତ

କନ୍ଧମାଳ: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମରେ ଚଢାଉ। ଚଢାଉରେ ୨୭ କ୍ୱିଣ୍ଟାଲ ୯୦ କିଲୋ ଚୋରା ମହୁଲ ଜବତ ହେବା ସହ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ହେଲେ ଭ୍ରମରବାଡ଼ି ଗ୍ରାମର ନିଧି ସାହୁ। ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଛି। ତେବେ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଅବକାରୀ ବିଭାଗର ଟିମ ପହଞ୍ଚି ଚୋରା ମହୁଲ ଜବତ କରିଛନ୍ତି। ଜବତ ହୋଇଥିବା ମହୁଲର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଏହି କିଛି ମାସ ମଧ୍ୟରେ ଅବକାରୀ ବିଭାଗ ଦାରିଙ୍ଗବାଡ଼ି ଥାନାର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ପାଖା ପାଖି ୬୦ କ୍ୱିଣ୍ଟାଲ ମହୁଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button